ଭଗବତ ସ୍ୱାମୀ ଉନ୍ନତି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୋଷାକ ବିତରଣ କାର୍ଯ୍ୟକ୍ରମ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ ଅନ୍ତର୍ଗତ ତାକରଡା ଗ୍ରାମର ଶ୍ରୀ ଶ୍ରୀ ଭଗବତ ସ୍ୱାମୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ପରିସରରେ ପୋଷାକ ବିତରଣ ମେଳା ଓ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଗଞ୍ଜାମ ଜିଲ୍ଲାର ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ପୁରସ୍କାର ପ୍ରଦାନ କରିଛନ୍ତି । ବୁଗୁଡା ବ୍ଲକ ଅଧକ୍ଷା ତହସିଲିଦାର, ସରପଞ୍ଚ, ଏବଂ ବହୁ ମାନ୍ୟଗଣ ବ୍ୟକ୍ତି ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା