ବ୍ଲକ ସ୍ତରୀୟ ସମନ୍ନୟ ମେଳ : ୧୮୪ ଏସ୍‌ଏସ୍‌ଜି ମହିଳାଙ୍କୁ ସାଢେ ୩ କୋଟି ଋଣ ମଞ୍ଜୁର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ସମ୍ମିଳନୀ କକ୍ଷରେ ଆଜି ଗୁରୁବାର ଏକ ସମନ୍ନୟ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବିଡିଓ ଦିପ୍ତିରଂଜନ ସେଠୀ ଅଧ୍ୟକ୍ଷ୍ୟ଼ତା କରିଥିଲେ । ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ କୌଶିକ ପାତ୍ର ଏଥିରେ ଯୋଗ ଦେଇ ଏସ୍‌ଏସ୍‌ଜି ଗୁଡିକର ବିଭିନ୍ନ କାର୍ଯ୍ୟ ଦକ୍ଷତା ଏବଂ ସାମାଜିକ ଦାୟିତ୍ୱ ତୁଲାଇଥିବା ସଂପର୍କରେ କହିଥିଲେ । ଏଥିରେ ୧୮୪ଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ବିଭିନ୍ନ ପ୍ରକଳ୍ପ ଋଣ ଲାଗି ଆବେଦନ କରିଥିବା ୩ କୋଟି ୪୬ଲକ୍ଷ ୬୪ହଜାର ଟଙ୍କାର ମଞ୍ଜୁର ହୋଇଥିବା କହିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମପଂଚାୟତ ସମ୍ପ୍ରସାରଣ ଅଧିକାରୀ ମାୟାଧର ମଲ୍ଲିକ, ବ୍ଲକ ସମାଜ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁଜୟ କୁମାର ଚନ୍ଦ, ଜୀବିକା ମଶନର ବିପିଏମ୍ ମଧୁମିତା ଦାସ, ମିଶନ ଶକ୍ତି ବିପିସି ଲୋପାମୁଦ୍ର ପରିଡା, ଆଇସିଡିଏସ୍ ପରିଦର୍ଶୀକା ବିନତାରାଣୀ ସିଂହ ଏଥିରେ ଅଂଶ ଗ୍ରହଣ କରିଥିଲେ । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ରାଜପୁର ଗ୍ରାମ୍ୟ ବ୍ୟାଙ୍କ, ଜଳେଶ୍ୱର, ରାଇବଣିଆର ୟୁକୋ ବ୍ୟାଙ୍କ, ପଞ୍ଜାବ ନେସନାଲ ବ୍ୟାଙ୍କ, ସେଷ୍ଟ୍ରାଲ ବ୍ୟାଙ୍କ, ୟୁବିଆଇର ଜଳେଶ୍ୱର ଓ ଛମୌଜ, ବରୋଦା ବ୍ୟାଙ୍କ ଅଫ ଇଣ୍ଡିଆ, ଏକ୍ସି ବ୍ୟାଙ୍କର ପରିଚାଳକ ମାନେ ଏଥିରେ ଉପସ୍ଥିତ ହୋଇ ସହଯୋଗ କରିଥିଲେ ।