ବ୍ଲକ ସ୍ତରୀୟ “ନୂଆ -ଓ ଯୁବ ଓଡିଶା ନବୀନ ଓଡିଶା ” ଉଦଘାଟିତ

ନିମାପଡ଼ା,(ସମୃଦ୍ଧଓଡିଶା)ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବ୍ଲକ ସ୍ତରରେ କ୍ରୀଡାର ଭିତିଭୂମିକୁ ସୃଦୁଢ କରି ପ୍ରତିଭା ଚି଼ହ୍ନଟ କରି ନୂତନ ଓଡିଶା ଗଠନରେ ଯୁବବର୍ଗଙ୍କୁ ସାମିଲି କରିବା ଏହିକାର୍ଯ୍ୟକ୍ରମର ମୂଳଲକ୍ଷ୍ୟ l ଏହି ଅବସରରେ ଆଜି ପୁରୀ ଜିଲ୍ଲା ନିମାପଡ଼ା ବାରବାଟୀ ପଡିଆ ଏବଂ ବିଷ୍ଣୁପୁପୁର ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ବ୍ଲକ ସ୍ତରୀୟ “ନୂଆ -ଓ ଅନ୍ତର୍ଗତ ‘ଯୁବ ଓଡିଶା ନବୀନ ଓଡିଶା ” କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇ ଯାଇଛି l ଏହି ପ୍ରତିଯୋଗିତାରେ ସମଗ୍ର ବ୍ଲକରୁ ଖୋକ, କବାଡି, ଫୁଟବଲ, କ୍ରିକେଟ, ଭଲିବଲ ଆଦି ପ୍ରତି ଯୋଗିତା ନିମନ୍ତେ ୨୩୭ ଟି ଦଳ ଏବଂ ମୋଟ ୩୫୫୫ ବାଳକ ଓ ବାଳିକାଅଂଶ ଗ୍ରହଣ କରିବା ପାଇଁ ନାମ ପଞ୍ଜିକୃତ କରିଛନ୍ତି l ଏହିଅବସରରେ ଆଜି ସକାଳ ୯ ଘଟିକା ସମୟରେ ବାରବାଟୀ ପଡିଆ ଠାରେ ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାଶ ଯୋଗ ଦେଇ ମଶାଲ ପ୍ରଜ୍ବଳିତ କରି ଉଦଘାଟନ କରିଥିଲେ l ନଗରପାଳ ସସ୍ମିତା ସାହୁ,, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ,ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ,ବିଡ଼ିଓ ଭୁବନାନନ୍ଦ ପଟ୍ଟନାୟକ, ତହସିଲଦାର ବିଦ୍ୟାଧର ପତି,ଏନ ଏ ସି ନିର୍ବାହଧିକାରୀ ସରୋଜ ଆଚାର୍ଯ୍ୟ, ନିମାପଡ଼ା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ନନ୍ଦିତା ସାହୁ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀମନ୍ତ ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ l ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ l ବ୍ଲକ କ୍ରୀଡା ସମ୍ପାଦକ ରଂଜିତି କେଶରୀ ନାୟକ ଏହାକୁ ପରିଚାଳନା କରିଥିଲେ lଆସନ୍ତା ୨0୨୪ ଜାନୁଆରୀ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l

ରିପୋର୍ଟ : ରଜତ ମହାପାତ୍ର