ବ୍ରହ୍ମପୁର ସବୁଜ ବାହିନୀ ଓ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ କୋବିଡ଼ ଯୋଦ୍ଧାଙ୍କୁ ସମ୍ମାନୀତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସବୁଜ ବାହିନୀ ଓ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ କୋବିଡ଼ ଯୋଦ୍ଧାଙ୍କୁ ସମ୍ମାନିତ ଦିଆଯାଇଛି । ମାର୍ଚ୍ଚ ମାସ ୧୫ ତାରିଖରୁ ଗଞ୍ଜାମ ତଥା ବ୍ରହ୍ମପୁରରେ ଲକଡାଉନ ଓ ସଟଡାଉନ ଚାଲୁ ରହିଛି । ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଓ ଲକ ଡାଉନ ନିୟମକୁ କଡାକଡ଼ି ପାଳନ କରାଇବାରେ ପୋଲିସ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଦିନରାତି ନିଜ ଘର ପରିବାର ଲୋକଙ୍କୁ ଛାଡି ଲୋକଙ୍କୁ କରୋନା ମୁହଁରୁ ବର୍ତ୍ତାଇବା ପାଇଁ ସେମାନଙ୍କ ଚେଷ୍ଟା ନିଶ୍ଚିତ ଭାବେ ଅବିଶ୍ୱସନୀୟ । ଏଭଳି ସଙ୍ଗୀନ ସ୍ଥିତିରେ ପୋଲିସ ବିଭାଗ ତରଫରୁ ରକ୍ତ ଦାନ ଶିବିର ଆୟୋଜନ ମଧ୍ୟ ପ୍ରଶଂସନୀୟ ।ସେହିଭଳି ଅଗ୍ନିଶମ ବିଭାଗ ପକ୍ଷରୁ ଔଷଧୀୟ ଜଳ ସିଞ୍ଚନ କରାଯିବା ସହ ଅଗ୍ନିକାଣ୍ଡ ଭଳି ଘଟଣାକୁ ବିନା ଦ୍ବିଧା କରି ଆସିଛନ୍ତି । ଏଣୁ ବ୍ରହ୍ମପୁର ଏସପି ପିନାକ ମିଶ୍ର, ଏସଡିପିଓ ବିଷ୍ଣୁ ପ୍ରସାଦ ପତି, ଟ୍ରାଫିକ ଡ଼ିଏସପି ସାର୍ଥକ ରାୟଙ୍କ ସମେତ କାର୍ଯ୍ୟରତ ସମସ୍ତ ୫ ଜଣ ଥାନାଧିକାରୀ ପ୍ରଶାନ୍ତ ଭୂପତି, ସୁରେଶ ତ୍ରିପାଠୀ, ଶାରଦା ପ୍ରଶନ୍ନ ଦାସ, ସୁମିତ ସୋରେନ୍, ସୁନିଲ କୁମାର ବେହେରା ଓ ଅଗ୍ନିଶମ ବିଭାଗ ଅଧିକାରୀ ସନାତନ ମହାପାତ୍ରଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ସାମାଜିକ ଦୂରତ୍ୱ, କୋବିଡ଼ ନିୟମ ଯେଭଳି ଭଙ୍ଗ ନ ହେବ ସେଥିପାଇଁ ପ୍ରତି ଥାନାକୁ ଯାଇ ଅଧିକାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର ପାତ୍ର, ସମ୍ପାଦକ ବିଜେନ୍ଦ୍ର ମାଝୀ, ପ୍ରଶନ୍ନ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା