ବ୍ରହ୍ମପୁର ଷ୍ଟାଡିୟମ ନବୀକରଣ କାଯ୍ୟ ଅନୁଧ୍ୟାନ କଲେ ସାଂସଦ, ବିଧାୟକ ଓ ଉପ-ଜିଲ୍ଲାପାଳ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଏବଂ ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ଆଜି ଅପରାହ୍ନରେ ଷ୍ଟାଡିୟମ ପରିସରରେ ପହଞ୍ଚି ବ୍ରହ୍ମପୁର ଷ୍ଟାଡିୟମର ନିର୍ମାଣ କାଯ୍ୟ ଗତକାଲି ସମୀକ୍ଷା କରିଛନ୍ତି l ନିର୍ମାଣ କାଯ୍ୟରେ ନୋୟୋଜିତ ଥିବା ୱାପକୋର୍ସ ନାମକ ଏକ ଘରୋଇ ସଂସ୍ଥାକୁ ନିର୍ମାଣ ଦାୟିତ୍ୱ ଦିଆଯାଇଛି l ଏହି ସମୀକ୍ଷାରେ ଅଧାଗଡl ବ୍ରହ୍ମପୁର ଷ୍ଟାଡିୟମ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ପ୍ରାୟ ୧୦ ମାସ ହେବ ନବୀକରଣ କାଯ୍ୟ ଚାଲିଛି ଏହାର ଅଗ୍ରଗତି ସର୍ମ୍ପକରେ ନିୟୋଜିତ ଥିବା ସଂସ୍ଥା କର୍ମକର୍ତ୍ତlଙ୍କ ସହ ଆଲୋଚନା କରିଥିଲେ l ୮ ମାସ ତଳେ ଗତ ଫେବୁଆରି ୭ରେ ବ୍ରହ୍ମପୁର ଉପ ଜ଼ିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଷ୍ଟାଡିୟମ ନବୀକରଣ କାଯ୍ୟଶୈଳୀ ଓ ଯୋଜନାରେ କିଛି ପରିବର୍ତ୍ତନ ଆଣିବା ପାଇଁ ଯେଉଁ ସବୁ ପ୍ରସ୍ତାବ ଦିଆଯାଇଥିଲା, ସେ ଗୁଡିକ କାଯ୍ୟକାରି ହୋଇନଥିବା ନେଇ ସାଂସଦ ଓ ବିଧାୟକ ଉଦବେଗ ପ୍ରକାଶ କରିଥିଲେ l ଏହି ବୈଠକରେ ଆଗତ ପ୍ରସ୍ତାବ ଉପ ଜ଼ିଲ୍ଲାପାଳଙ୍କ କାଯ୍ୟlଳୟ ଏବଂ ଜ଼ିଲ୍ଲା କ୍ରୀଡା ଅଧିକାରୀଙ୍କ କାଯ୍ୟlଳୟ ପକ୍ଷରୁ ରାଜ୍ୟ କ୍ରୀଡା ମନ୍ତ୍ରlଳୟକୁ ପଠା ଯାଇଥିଲା କିନ୍ତୁ ସେଗୁଡିକ କାଯ୍ୟକାରୀ କରିବା ନେଇ ନିର୍ଦ୍ଧେଶ ମିଳିନଥିବା ଉକ୍ତ ଠିକା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଥିଲା l ଆସନ୍ତା ମାସ ପ୍ରଥମ ସପ୍ତାହରେ ପୁଣି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ l ପୂର୍ବ ବୈଠକରେ ଇନଡୋର ଚଟାଣକୁ ସିମେଣ୍ଟ ପରିବର୍ତ୍ତେ ଉଡ଼େନ(କାଠ) କରିବା, ଏହାର ଦୈର୍ଘ୍ୟ ୩୯ ମିଟରକୁ ବଢ଼ାଇ ୪୪-୪୫ ମିଟର କରିବା, ୨୪୦ ଦର୍ଶକ ବସିବା କ୍ଷମତା ବିଶିଷ୍ଟ ଗ୍ୟାଲେରୀ ବାରିବର୍ତ୍ତେ ଅତିକମରେ ୧୦୦୦-୧୫୦୦ ଦର୍ଶକ କ୍ଷମତା ବିଶିଷ୍ଟ ଗ୍ୟାଲେରୀରେ ରୂପାନ୍ତରିତ କରିବା ପାଇଁ ନୂଆଁ ପ୍ରସ୍ତାବ ଆଗତ ହୋଇଥିଲା l ଏଥିସହ କ୍ରିକେଟ ପଡ଼ିଆର ୬୦ ୟାର୍ଡ଼ ବଦଳରେ ୭୬ ୟାର୍ଡ଼ ବୃଦ୍ଧି କରିବା ସହ ଅତ୍ୟାଧୁନିକ ୱାଟରିଂ ବ୍ୟବସ୍ଥା ଭଳି ପ୍ରସ୍ତାବ ଦିଆଯାଇଥିଲା l ଏଥିସହ କ୍ରିକେଟ ପଡ଼ିଆର ଆକାର ଆବଶ୍ୟକତା ଠାରୁ ଛୋଟ ଥିବା ନେଇ ଜ଼ିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଅଶୋକ କୁମାର ସାହୁ ଦୃଷ୍ଟି ଆକର୍ଷଣ କରିଥିଲେ l ନିର୍ମାଣ ହେବାକୁ ଥିବା ଇଣ୍ଡୋର ଷ୍ଟାଡିୟମ ଭିତରେ ୬ଟି କୋର୍ଟ ବଦଳରେ ୮ଟି କୋର୍ଟ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା l ଏହା ଦ୍ୱାରା ଇଣ୍ଡୋର ଷ୍ଟାଡିଅମ ଭିତରେ ହ୍ୟାଣ୍ଡବଲ, ୨ଟି ଭଲିବଲ ଓ ବାସ୍କେଟ ବଲର ମ୍ୟାଚ ଖେଳାଯାଇ ପାରିବ l ଏହା ସହ ସୁଇମିଂ ପୁଲ, ଗ୍ୟାଲେରୀ ବାହାରେ ପାଦଚଲା ରାସ୍ତା ନିର୍ମାଣ, ସେହିପରି ପୂର୍ବରୁ ଇଣ୍ଡୋର ଷ୍ଟାଡିଅମରେ ଟର୍ଫ ପକାଯିବାକୁ ଯୋଜନା ହୋଇଥିବା ବେଳେ ଜନପ୍ରତିନିଧି ମାନେ ସେଠାରେ ଉଡ଼େନ ଫ୍ଲୋର କରିବାକୁ ଆଲୋଚନା କରିଥିଲେ l ଇଦଘା ପଡିଆ ଜାଗାରେ ଇଣ୍ଡୋର ଷ୍ଟାଡିଅମ ନିର୍ମାଣ ହେବାକୁ ଥିବା ବେଳେ ପାର୍ଥନା ପାଇଁ ଶ୍ରୀରାମ ନଗର ଠାରେ ସ୍ଥାନ ଚିହ୍ନଟ ହୋଇଛି l ଏହିପରି ବିଭିନ୍ନ ବିଷୟରେ ଆଲୋଚନl ହୋଇଥିଲା l ସମ୍ପୂର୍ଣ୍ଣ ଷ୍ଟାଡିୟମ ପାଇଁ ବର୍ତ୍ତମାନ ସୁଧା ୩୫ କୋଟିର ବଜେଟ ପ୍ରସ୍ତୁତ ହୋଇଥିବା ବେଳେ ଆଗାମୀ ଦିନରେ ଏହା ବଢିବ ବୋଲି ଜ଼ିଲ୍ଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା