ବ୍ରହ୍ମପୁର ମ୍ୟୁନିସିପାଲଟି କର୍ପୋରେସନର ଏକ୍ସ-କାଉନସିଲରମାନଙ୍କ କାର୍ଯ୍ୟକାରିଣୀ ବୈଠକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମ୍ୟୁନିସିପାଲଟି କର୍ପୋରେସନର ଏକ୍ସ-କାଉନସିଲରମାନଙ୍କ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ହିଲପାଟଣା ସ୍ଥିତ ଏସଏମଆଇଟି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଏକ୍ସ-କାଉନସିଲରମାନଙ୍କର ବିଭିନ୍ନ ସମସ୍ୟ ନେଇ ଆଲୋଚନା କରାଯାଇଥିଲା l ଆସନ୍ତା ଜାନୁଆରୀ ୨୬ ତାରିଖରେ ସାଧାରଣ ବୈଠକ ଡାକିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା l ଏହି ବୈଠକରେ ସଂଘର ସଭାପତି କେ.ଭିମୁଡୁ, ପୂର୍ବତନ ଉପନଗରପାଳ ଭଗବାନ ଗନ୍ତାୟତ, ଜାମ୍ମୁଲା ଶଙ୍କର ନାରାୟଣ, ନିରଞ୍ଜନ ଜେନା, ଟି.ଗୋପୀ, ରୋହିତ ଦାସ, ବାବୁଲା ନାୟକ, ବିଜୟ ସାମଲ, ପ୍ରକାଶ ରାଓ, ବୁଟୁ ଶତପଥି, ହରିକୃଷ୍ଣ ପାତ୍ର ପ୍ରମୁଖ ଯୋଗଦାନ କରି ଆଲୋଚନା କରିଥିଲେ l ଆସନ୍ତା ୨୬ ତାରିଖରେ ହେବାକୁ ଥିବା ସାଧାରଣ ବୈଠକରେ ସମସ୍ତେ ଯୋଗଦାନ କରିବା ନିମନ୍ତେ ନିବେଦନ କରାଯାଇଥିଲା l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା