ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନ୍ତଃ ମହାବିଦ୍ୟାଳୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଇଁ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଅନ୍ତଃ ମହାବିଦ୍ୟାଳୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଆଜି ୨ୟ ଦିବସରେ “ବିଶ୍ୱବିଦ୍ୟାଳୟ ଶିକ୍ଷାରେ ସଂସ୍କାର ନ ଆସିଲେ ଜାତୀୟ ବିକାଶ ଅସମ୍ଭବ” ଶୀର୍ଷକ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ୧୨ଟି ମହାବିଦ୍ୟାଳୟ ସମେତ ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗରୁ ୩୫ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।ଏହି ପ୍ରତିଯୋଗିତାରେ ଡ଼.ଦାଶରଥି ଭୂୟାଁ, ଡ଼.ଦେବୀପ୍ରସାଦ ଶତପଥି ଓ ଦିପ୍ତିମୟୀ ମିଶ୍ର ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ବିଚାରକ ଭାବେ ଯୋଗ ଦେଇଥିଲେ । ଜୟେନ୍ଦ୍ର ବେହେରା(ରାଜନୀତି ବିଜ୍ଞାନ) ୧ମ, ରତିକାନ୍ତ ବେହେରା(ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ)୨ୟ, ଓ ରୋଜାଲିନ ପରିଡ଼ା(ରସାୟନ ବିଜ୍ଞାନ)୩ ୟ ସ୍ଥାନ ଗ୍ରହଣ କରିଛନ୍ତି । କୁଳ ସଚିବ ସରୋଜ କୁମାର ଦାସ, ଦେବୀପ୍ରସାଦ ଦାସ, ଡ଼.ମିହିର ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗତକାଲି କୁଳାଧିପତି କପ୍ ପାଇଁ ଇଂରାଜୀ ବତ୍କୃତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ବିଚାରକ ଭାବରେ ପ୍ରଫେସର ନିହାର ରଞ୍ଜନ ମିଶ୍ର, ଡ଼. ଟି. ଈଶ୍ବର ରାଓ, ଡ଼.ବନ୍ଦିତା ପଣ୍ଡା ଉପସ୍ଥିତ ଥିଲେ । ଏଥିରେ ଯୋଗ ଦେଇଥିବା ପ୍ରତିଯୋଗୀ ମାନକ ମଧ୍ୟରୁ ପ୍ରିତିସ୍ମିତା ମହାନ୍ତି ୧ ମ, ଆଲୋକ କୁମାର ସାହୁ ଓ ପ୍ରଶାନ୍ତ କୁମାର ସାହୁ ୨ୟ, ଦୀପ୍ତିମୟୀ ରଥ, ବି.ଗାୟତ୍ରୀ ଓ ଶୁଭଶ୍ରୀ ରାଉତ ୩ୟ ସ୍ଥାନ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା