ବ୍ରହ୍ମପୁର ବିଧାୟକଙ୍କୁ ସାକ୍ଷାତ କଲେ ଜିଲ୍ଲା ଯୁବ ବିଜେଡି ଟିମ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ନୁତନ ଯୁବ ବିଜେଡି ସଭାପତିଙ୍କ ନାମ ଘୋଷଣା ପରେ ସେମାନଙ୍କ ଏକ ଟିମ୍ ମଧ୍ୟ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀ ସାହୁ ତାଙ୍କ ଟିମ୍ ସହ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ବାସଭବନକୁ ଯାଇ ସୌଜନ୍ୟମୁଳକ ସାକ୍ଷାତ କରିଛନ୍ତି । ସେହିଭଳି ମହାନଗରର ଛାତ୍ର ବିଜେଡି ସଭାପତି ଶୋଭନ ନାୟକ ନାମ ଘୋଷଣା ପରେ ସିଏବି ଶ୍ରୀ ପଣ୍ଡାଙ୍କୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମୟରେ ବ୍ରହ୍ମପୁର ସହରର ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଦୁର୍ଗା ନାୟକ, ନେତାଜୀ ପାତ୍ର, ସାଧାରଣ ସଂପାଦକ ସଚିନ୍ ପଣ୍ଡା, ସମ୍ପାଦକ ଦଳ ରଞ୍ଜନ ନାୟକ, ଶକ୍ତି ରଞ୍ଜନ ସାହୁ, ଆଇଟିସେଲର ମହାନଗର ଡିଜିଟାଲ ସେକ୍ରେଟେରୀ ବିମଳ ମହାରଣା ଉପସ୍ଥିତ ରହି ବିଧାୟକଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଜିଲ୍ଲାର ପ୍ରମୁଖ ନେତା ସୁବାଷ ମହାରଣା, ସନଞ୍ଜିତ ପାଣିଗ୍ରାହୀ, ବିଜୟ କୁମାର ସାମଲ, ମହାନଗର ଯୁବ ବିଜେଡି ସଭାପତି ଅଜିତ ପଣ୍ଡା, ମଳୟ ବିଷୋୟୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା