ବ୍ରହ୍ମପୁର ବିଜେପିର ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ସ୍ୱଛତା ମାଧ୍ୟମରେ ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ଦେବା ଓ ନିଜ ଅଞ୍ଚଳରେ ୧ ଘଣ୍ଟାର ସ୍ୱଛତାର ଆହୂତି ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟି ଗୋସାଇଁନୂଆଗାଁ ମଣ୍ଡଳ ପକ୍ଷରୁ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀଙ୍କ ନେତୃତ୍ବରେ “ସ୍ୱଚ୍ଛତା ହିଁ ସେବା” ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ସାଧାରଣ ନାଗରିକଙ୍କୁ ନେଇ ଏକ ‘’ସ୍ୱଚ୍ଛତା ହିଁ ସେବା” ଅଭିଯାନ କାର୍ଯ୍ୟକ୍ରମ ଗୋସାଇଁନୂଆଗାଁ ଥାନା ଠାରୁ ଆରମ୍ଭ ହୋଇ ପାଣିଗ୍ରାହୀ ସାହି ଛକ,ନୂଆ ସାହି ଛକ,ବୈଦ୍ୟ ସାହି ଛକ,ଶ୍ରୀ ଶ୍ରୀ ରଘୁନାଥ ମନ୍ଦିର ହୋଇ ଦୀପ ସାହି ଛକ ପର୍ଯ୍ୟନ୍ତ ସ୍ୱଚ୍ଛତା ପାଇଁ ୧ ଘଣ୍ଟା ସାମୂହିକ ଶ୍ରମଦାନ କରିଥିଲେ । ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଡ଼ାକରାରେ ଆଜି କେବଳ ଭାରତ ବାସୀ ନୁହନ୍ତି ସମଗ୍ର ବିଶ୍ୱ ବାସୀ ଅନୁପ୍ରାଣିତ । ସାମାଜିକ ସ୍ୱଚ୍ଛତା ହେଉ କିମ୍ବା ପରିବେଶ ସୁରକ୍ଷା ଉପରେ ପ୍ରଧାନମନ୍ତ୍ରୀଙ୍କ ଯେଉଁ ଲକ୍ଷ ଆଜି ବିଶ୍ୱ ବିଦିତ । ଏହି “ସ୍ୱଚ୍ଛତା ହିଁ ସେବା” ଅଭିଯାନରେ ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ଡ଼ା.ସୁବାଷ ସାହୁ,ରାମ କୁମାର ପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦିକା ସୁଶିଳା ମଲ୍ଲିକ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ତଥା ଗୋସାଇଁନୂଆଗାଁ ମଣ୍ଡଳ ପ୍ରଭାରୀ ମଦନ ମୋହନ ପାତ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ସ୍ୱଚ୍ଛ ଭାରତ ଅଭିଯାନ ସଂଯୋଜିକା ସବିତା ନାୟକ, ଗୋସାଇଁନୂଆଗାଁ ମଣ୍ଡଳ ଉପସଭାପତି ରବି ନାରାୟଣ ସାବତ, ଏସ୍.ଶ୍ରୀନିବାସ,ରାଜ କୁମାର ପାତ୍ର,ନରସିଂହ ଶତପଥି,ମଣ୍ଡଳ ସାଧାରଣ ସମ୍ପାଦକ ମନୋଜ ପାଢ଼ୀ,ମଣ୍ଡଳ ସମ୍ପାଦକ ଉପେନ୍ଦ୍ର ସେଠୀ,ରାଧା ମାଧବ ସାହୁ,ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଡ଼ି.ଅନିଲ ରାଓ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଗୀତା ଦାସ, ଓବିସି ମୋର୍ଚ୍ଚା ସଭାପତି ସୁଦର୍ଶନ ମହାରଣା,କୃଷକ ମୋର୍ଚ୍ଚା ସଭାପତି ସଞ୍ଜୀବ ଚୌଧୁରୀ,ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ରାମ ଚନ୍ଦ୍ର ଦାସ,ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଇ.ଯୋଶେଫ୍ କଟୋନ୍, ବରିଷ୍ଠ ନାରୀନେତ୍ରୀ ସୁଶିଳା ସିଂ, ଯୁବନେତା କ୍ରିଷ୍ଣା ସାହୁ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ବୋଲି ସୁନିଲ କୁମାର ସାହୁ, ଜିଲ୍ଲା ଉପସଭାପତି ତଥା ମିଡ଼ିଆ ପ୍ରଭାରୀ ରିପୋର୍ଟ କରିଛନ୍ତି I

ରିପୋର୍ଟ : ନିମାଇଁ ଚରଣ ପଣ୍ଡା