ବ୍ରହ୍ମପୁର ବିଜେପିର ବୁଥ୍ ସଶକ୍ତିକରଣ କର୍ମଶାଳା ଅନୁଷ୍ଟିତ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ “ବୁଥ୍ ସଶକ୍ତିକରଣ କର୍ମଶାଳା” ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ବରେ ବ୍ରହ୍ମପୁର ଗିରିଜା ଛକ ସ୍ଥିତ ହୋଟେଲ୍ ମୟୁରୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥି ଯୋଗ ଦେଇ ଦୀପ ପ୍ରଜ୍ବଳନ କରି ଏହି କର୍ମଶାଳାର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର ଯୋଗ ଦେଇ ଆଜି ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା,ପ୍ରଖର ରାଷ୍ଟ୍ରବାଦୀ,ଏକାତ୍ମମାନବ ବାଦର ପ୍ରଣେୟତା,ଅନ୍ତୋଦ୍ୱୟର ସ୍ୱପ୍ନଦ୍ରଷ୍ଟା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଆଜି ଜନ୍ମ ଜୟନ୍ତୀରେ ତାଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ସ୍ମୃତି ଚାରଣ କରିଥିଲେ । ଭାରତୀୟ ଜନତା ପାର୍ଟି ବୁଥ୍ ସ୍ତରରେ କିଭଳି ସୁଦୃଢ଼ ହୋଇପାରିବ ତାହା ଉପରେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ସତପଥି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସଶକ୍ତ ବୁଥ୍ ଉପରେ ମାର୍ଗ ଦର୍ଶନ କରିବା ସହ ଗୁରୁମନ୍ତ୍ର ଦେଇଥିଲେ । ଆଜିର ଏହି ଗୁରୁତ୍ୱପୂର୍ଣ୍ଣ “ବୁଥ୍ ସଶକ୍ତିକରଣ କର୍ମଶାଳାରେ” ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ,ପ୍ରଶାନ୍ତ କର,ବରିଷ୍ଠ ନେତା ମହନ୍ତ ଚିନ୍ମୟାନନ୍ଦ ଦାସ,ରାଜେଶ କୁମାର ସାହୁ,ପୂର୍ବତନ ଗଞ୍ଜାମ ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ,ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ଡ଼ା.ସୁବାଷ ସାହୁ,ବିନୋଦ ମିଶ୍ର,ମନୋଜ ପଟ୍ଟନାୟକ,ୱାଇ.ମୋହନ ରାଓ,ରାମ କୁମାର ପାତ୍ର ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି,ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ ଶତପଥି,ଏଲ୍.ମୋହନ ଦାସ,ଲକ୍ଷ୍ମୀ ଚରଣ ପଣ୍ଡା,ବାଳକୃଷ୍ଣ ସାମନ୍ତରା,ଭୀମସେନ ବେହେରା,ସୁଶିଳା ମଲ୍ଲିକ,ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ,କର୍ପୋରେଟର ରଞ୍ଜିତା ବେହେରା,ବନିତା ସାହୁ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ତୁତୁନ୍ ପାତ୍ର,ସୋମନାଥ ପାତ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସାମୁଏଲ୍ ବେହେରା,ବ୍ରହ୍ମପୁର ବିଧାନସଭା ପ୍ରଭାରୀ ରାମ ପ୍ରସାଦ ସାମଲ,ଚଣ୍ଡୀ ଚରଣ ସାହୁ ପ୍ରମୁଖଙ୍କ ସମେତ ସମସ୍ତ ଜିଲ୍ଲା ପଦାଧିକାରୀ,ରାଜ୍ୟ ମୋର୍ଚ୍ଚା ପଦାଧିକାରୀ,ମଣ୍ଡଳ ସଭାପତି ଏବଂ ମଣ୍ଡଳ ପ୍ରଭାରୀ ମାନେ ଉପସ୍ଥିତ ରହି ଥିଲେ ।
ରିପୋର୍ଟ୍=ରଜତ ପଟ୍ଟନାୟକ