ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ବିଶ୍ଵ ବନ ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ଆଜି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ସମ୍ମିଳନୀ କକ୍ଷରେ ବିଶ୍ଵ ବନ ଦିବସ ପାଳିତ ହୋଇଯାଇଛି । ବ୍ରହ୍ମପୁର ବନ ଖଣ୍ଡ ଅଧିକାରୀ ଅମ୍ଳାନ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ଯୋଗଦେଇ ଜଙ୍ଗଲ ସମ୍ପଦର ପୁନରୁଦ୍ଧାର, ପୁନର୍ଜୀବନ ଏବଂ ସୁସ୍ଥ ଜଙ୍ଗଲ ସୃଷ୍ଟି କରାଗଲେ ଆଗାମୀ ପିଢ଼ି ସୁସ୍ଥ ଜୀବନ ଯାପନ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଇକୋ କ୍ଲବ୍ ଜିଲ୍ଲା ସଂଯୋଜକ ଡ. ଶଙ୍କର ନାରାୟଣ ବେଜ୍ କାର୍ଯକ୍ରମ ସଂଯୋଜନା ସହ ସ୍ବାଗତ ଭାଷଣ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ବିଜୟ କୁମାର ପଣ୍ଡା, ଏ.ସି.ଫ୍, ମାଡ଼ି ମୋତିଲାଲ, ଏ.ସି.ଫ୍, ଅଶୋକ କୁମାର ବେହେରା, ଏ.ସି.ଫ୍ ମଞ୍ଚାସିନ ରହିଥିଲେ । ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଛତ୍ରପୁର ସବ୍ ଡିଭିଜନର ଚିକିଲି ଗ୍ରାମ ପଞ୍ଚାୟତ ଓ ଭଞ୍ଜନଗର ସବ୍ ଡିଭିଜନର ବୁଡୁରୁଙ୍ଗ ପଞ୍ଚାୟତକୁ ୨୦,୦୦୦ ଟଙ୍କାର ଚେକ୍ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ସେହିଭଳି ଶ୍ରେଷ୍ଠ ଅନୁଷ୍ଠାନ ରୂପେ ଭଞ୍ଜନଗର ସବ୍ ଡିଭିଜନର ରାଧାରମନ ହାଇସ୍କୁଲ, ଝାଡ଼ଭୂମିକୁ ୧୦,୦୦୦ ଟଙ୍କାର ଚେକ୍ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାମନ୍ତିଆପଲ୍ଲୀ ରେଂଜର ରଜତ କୁମାର ମିଶ୍ର, ଦିଗପହଣ୍ଡି ରେଂଜର କାହ୍ନୁ ଚରଣ ପଟ୍ଟନାୟକ, ଖଲ୍ଲିକୋଟ ରେଂଜର ସିଦ୍ଧାର୍ଥ ଶଙ୍କର ସାହୁ ଓ ବ୍ରହ୍ମପୁର ରେଞ୍ଜ ଅଧିକାରୀ ଦିଲ୍ଲୀପ କୁମାର ମାର୍ଥା ଯୋଗ ଦେଇ ଥିଲେ । କାର୍ଯ୍ୟକ୍ରମକୁ ଦିଗାମ୍ବର ପାତ୍ର, ଦିଗାମ୍ବର ହୋତା, ପ୍ରଦୀପ ପଣ୍ଡା ଓ ଜଙ୍ଗଲ ବିଭାଗର ସମସ୍ତ କର୍ମଚାରୀ, ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଶୋକ କୁମାର ବେହେରା ଏ.ସି. ଫ୍ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।