ବ୍ରହ୍ମପୁର ଛାତ୍ର ବିଜେଡି ପକ୍ଷରୁ ଏବଂ ଓଡିଶା ମୋ ପରିବାରର ଜୀବନ ବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ କରୋନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂର କରିବା ପାଇଁ ଆଜି ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନେତୃତରେ ବ୍ରହ୍ମପୁର ଛାତ୍ର ବିଜେଡି ତରଫରୁ ଏବଂ ଓଡିଶା ମୋ ପରିବାରର ଜୀବନବିନ୍ଦୁ ଆନୁକୂଲ୍ୟରେ, ପ୍ରାପ୍ତି କଲ୍ୟାଣି ମଣ୍ଡପ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବାଙ୍କୀ ବିଧାୟକ ଓ ଓଡିଶା ଛାତ୍ର ବିଜେଡି ସଭାପତି ଦେବି ରଞ୍ଜନ ତ୍ରିପାଠୀ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ଏବଂ ଅନ୍ୟ ଅତିଥି ଭାବେ ସୁବାଷ ମହାରଣା, ଜ୍ୟୋତି ରଞ୍ଜନ ସାହୁ, ବିଜୟ ସାମଲ, ମୋଦନ ଦଳାଇ, ଅଜିତ ପଣ୍ଡା, ସନ୍ତୋଷ ପାତ୍ର, ଶୋଭନ ନାୟକ, ଆଦିତ୍ୟ ପଟନାୟକ, ମଧୁ ସୁଦନ ଆଚାରୀ, ନିଖିଳ ଚୌଧୁରୀ, ଵିକ୍ରମ ଜେନା, ରାଜେଶ ପଟନାୟକ, ଅମିତ ପାତ୍ର, ଦୋଳଞ୍ଜନ ନାୟକ, ଦେବାନନ୍ଦ ପଣ୍ଡା, ସତ୍ୟବ୍ରତ ସାମନ୍ତରାୟ, ମିହିର ପାତ୍ର, ମନୋଜ ପାଢ଼ୀ, ଅଶ୍ୱିନୀ ପଟନାୟକ ପ୍ରମୁଖଙ୍କ ସମେତ ବିଜୁ ଜନତା ଦଳର ବହୁ କର୍ମୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଵେଚ୍ଛାକୃତ ଭାବେ ୬୧ ୟୁନିଟରୁ ଉର୍ଦ୍ଧ ରକ୍ତ ସଂଗ୍ରହ ହୋଇଅଛି । ବିଧାୟକ ସମସ୍ତ ରକ୍ତଦାତା ଯୁବ ଛାତ୍ର ଓ ଛାତ୍ରୀ ମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ଏଥିସହ ଟାଟା ବେଞ୍ଜ ଛକରେ ଥିବା ପୋଲିସ ଭାଇ ଓ ଭଉଣୀ ମାନଙ୍କୁ ଖରା ଓ ବର୍ଷାରୁ ବର୍ତ୍ତିବା ପାଇଁ ଛତା ଏବଂ କରୋନା ଯୁଦ୍ଧରେ ସହଯୋଗ ପାଇଁ ମାସ୍କ ଏବଂ ସାନିଟାଇଜର ବଣ୍ଟନ କାର୍ଯ୍ୟ ବ୍ରହ୍ମପୁର ବିଧାୟକ ଵିକ୍ରମ କୁମାର ପଣ୍ଡା, ବାଙ୍କୀ ବିଧାୟକ ଦେବି ରଞ୍ଜନ ତ୍ରିପାଠୀ ଓ ଗଞ୍ଜାମ ଯ଼ୋନ ଛାତ୍ର ବିଜେଡି ସଭାପତି ଜ୍ୟୋତି ରଞ୍ଜନ ସାହୁଙ୍କ ସହ ସମସ୍ତ ଛାତ୍ର ବିଜେଡି କର୍ମୀଙ୍କ ଉପସ୍ଥିତରେ ସମ୍ପାଦନା କରାଯାଇଛି ।