ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସଚେତନତା କାର୍ଯ୍ୟକ୍ରମ ଶୁଭରମ୍ଭ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ SVEEP ON WHEEL ସଚେତନତା କାର୍ଯ୍ୟକ୍ରମ ଶୁଭରମ୍ବ ହଇଯାଇଛି l ମୁଖ୍ୟ ଅଥିତି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇଥିବା ବେଳେ ସନ୍ନମାନିତ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ଼.ସିଦ୍ଧେଶ୍ବର ବଳିରାମ ବନ୍ଧାର, ବ୍ରହ୍ମପୁର ଉପ-ଜିଲ୍ଲାପାଳ ୱି. କୀର୍ତ୍ତୀ ୱାସନ, ଯୋଗଦେଇ ଭୋଟର ସଚେତନତା ସଂକ୍ଷିପ୍ତ କାର୍ଯ୍ୟକ୍ରମକୁ ଶୁଭରମ୍ବ କରିଛନ୍ତି l ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଗତ ତା.୧.ନଭେମ୍ବର.୨୦୨୧ରେ ସମସ୍ତ ଭୋଟର କେନ୍ଦ୍ରରେ ଭୋଟର ତାଲିକା ଚିଠାର ପ୍ରକାଶନ ହୋଇସାରିଛି, ଗତ ତା.୭ନଭେମ୍ବର୨୦୨୧ରେ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇଛି l ଭୋଟର ମାନଙ୍କର ନିଜର ନାମ ଭୋଟର ତାଲିକାରେ ଯାଞ୍ଚ କରିବା ସହ ନୂତନ ଭୋଟର ମାନଙ୍କୁ ନିଜ ମୋବଇଲ ମାଧ୍ୟମରେ ଭୋଟର ହେଲ୍ପଲାଇନ(voter helpline) ଆପ ଦ୍ୱାରା କିମ୍ଵା www.nvsp.in ମାଧ୍ୟମରେ ନିଜର ନାମ ଯୋଗ, ବାଦ, ସଂଶୋଧନ କିମ୍ବା ସ୍ଥାନ୍ତରଣ କରିବା ପାଇଁ ସ୍ଥାନୀୟ ବି.ଏଲ.ଓଙ୍କୁ ଅନୁରୋଧ କରିବା ସହିତ online ରେ ମଧ୍ୟ ଆବେଦନ କରିପାରିବେ କିମ୍ୱା ଉପଖଣ୍ଡ ଭୋଟର ସହାୟତା କେନ୍ଦ୍ରରେ ପଞ୍ଜିକରଣ କରିପାରିବେ l ଆସନ୍ତା ତା.୨୧ ନଭେମ୍ବର ୨୦୨୧ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି l ଭୋଟର ମାନଙ୍କ ସଚେତନତା ସକାଶେ SVEEP(Systematic Voters Education and Electroral Participation) “SVEEP ON WHELLS ” ନାମକ ରଥ ବ୍ରହ୍ମପୁର ଉପଖଣ୍ଡ ସ୍ତରରେ ଥିବା ସମସ୍ତ ମହାବିଦ୍ୟାଳୟକୁ ଭ୍ରମଣ କରିବା ସହିତ ରଥ ବୁଲି ନୂତନ ଭୋଟର ମାନଙ୍କୁ ଭୋଟର ତାଲିକାରେ କିଭଳି ନାମ ପଞ୍ଜିକରଣ ଓ ସଂଶୋଧନ କରାଯାଇପାରିବ ସେ ସମ୍ବନ୍ଧରେ ସଚେତନ କରାଯିବ l ଆସନ୍ତାକାଲି ବ୍ରହ୍ମପୁର ଉପଖଣ୍ଡର ସମସ୍ତ ମହାବିଦ୍ୟାଳୟ ଗୁଡିକରେ ପୂର୍ବାହ୍ନ ୧୧.୧୧ ମିନିଟ ସମୟରେ ୧୧୧୧୧ ଛାତ୍ରଛାତ୍ରୀଙ୍କୁ ନେହିଁ ଭୋଟର ସଚେତନତା ରାଲି ନିଜ ନିଜ ମହାବିଦ୍ୟାଳୟରେ କରାଯିବ l ସମସ୍ତ ମହାବିଦ୍ୟାଳୟରେ କୁଇଜ଼ ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହେବ ଏବଂ ତା.୨୨ ନଭେମ୍ବର ୨୦୨୧ ରିଖ ଠାରୁ ତା ୨୪ ନଭେମ୍ବର ୨୦୨୧ ମଧ୍ୟରେ ଉପଖଣ୍ଡ ସ୍ତରୀୟରେ କୁଇଜ଼, ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହେବ l ପ୍ରତିଯୋଗିତାରେ କୃତକାର୍ଯ୍ୟ ହଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ l ଏହି କାର୍ଯ୍ୟକ୍ରମରେ ଆଦ୍ୟତ କୁମାର ସ୍ୱାଇଁ, ଡେପୁଟି କମିଶନର, ମାହାନଗର ନିଗମ ବ୍ରହ୍ମପୁର, ରବୀନ୍ଦ୍ର କୁମାର ମିଶ୍ର ତହସିଲଦାର ବ୍ରହ୍ମପୁର, ସହକାରୀ ଜିଲ୍ଲାପାଳ ଡ଼ି.ମଲେଶ୍ୱର ପାତ୍ର ଓ ସମସ୍ତ ବି.ଏଲ.ଓ ସମେତ କାର୍ଯାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା