ବ୍ରହ୍ମପୁରରେ ୮୬ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁରରେ ଜିଲ୍ଲା ପୋଲିସ ପକ୍ଷରୁ ୮୬ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବ୍ରହ୍ମପୁର ଏସ୍.ପି. ପିନାକ ମିଶ୍ରଙ୍କ ସଂଯୋଜନାରେ ଆମ୍ବପୁଆ ସ୍ଥିତ ରିଜର୍ଭ ପୋଲିସ ପଡିଆରେ ପାଳିତ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ଆରକ୍ଷୀ ଉପ ମହାନିରୀକ୍ଷକ ସତ୍ୟବ୍ରତ ଭୋଇ ଯୋଗ ଦେଇ ଉପସ୍ଥିତ ଥିବା ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୋଲିସ ଆଗାମୀ ଦିନରେ ଉତ୍ତମ ସେବା ଏବଂ ସେବାର ମାନ ଅଧିକ କରିବା ଦିଗରେ ସଂକଳ୍ପବଦ୍ଧ ବୋଲି କହିଥିଲେ । ଏହାସହ ପୋଲିସର କାର୍ଯ୍ୟ ଓ ବ୍ୟବହାର ଦିଗରେ କିଭଳି ଲୋକଙ୍କ ନିକଟତର ହୋଇପାରିବେ ସେ ନେଇ ସେ ପରାମର୍ଶ ଦେଇଥିଲେ । ବ୍ରହ୍ମପୁର ଜିଲ୍ଲା ପୋଲିସ ଦାୟିତ୍ୱ ଭାର ଓଡ଼ିଶା ପୋଲିସ ଉପରେ ଥିବାବେଳେ ସେମାନଙ୍କ ଧନଜୀବନ ସୁରକ୍ଷା ନେଇ ଅଭିଭାଷଣ ରଖିଥିଲେ ଡ଼ିଆଇଜି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପୋଲିସର ୩୧ଜଣ ଅଧିକାରୀ ଏବଂ କର୍ମଚାରୀଙ୍କୁ ଡ଼ିଆଇଜି ପୁରସ୍କାର କରିଥିବା ବେଳେ ଡିଜି ପ୍ଲାଜମା ଦାନ କରିଥିବା ୩ଜଣ ପୋଲିସ କର୍ମଚାରୀ ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର ଦିବାକର ବେହେରା, କନେଷ୍ଟବଳ ପ୍ରଶାନ୍ତ ମହାନ୍ତି, ହୋମରଗାର୍ଡ ମନୋଜ କୁମାର ରଣାଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଶ୍ରେଷ୍ଠ କାର୍ଯ୍ୟ ପାଇଁ ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି, ଟାଉନ ଥାନା ଅଧିକାରୀ ସୁରେଶ କୁମାର ତ୍ରିପାଠୀ ଏବଂ ଗୋଶାଣିନୁଆଗାଁ ଥାନା ଅଧିକାରୀ ସୁମିତ ସୋରେନଙ୍କୁ ଡ଼ିଆଇଜି ସତ୍ୟବ୍ରତ ଭୋଇ ଏବଂ ଏସ୍ ପି ପିନାକ ମିଶ୍ର ପୁରସ୍କୃତ କରିଥିଲେ । ଚଳିତବର୍ଷ ଶ୍ରେଷ୍ଠ ଭାବେ ସବ୍ଇନ୍ସପେକ୍ଟର ସୂର୍ଯ୍ୟଚନ୍ଦ୍ର ପାଢ଼ୀ(୨୦୧୪ବ୍ୟାଚ୍), ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର ସନ୍ତୋଷ କୁମାର ମଲ୍ଲିକ(୨୦୦୯ ବ୍ୟାଚ୍), ହାବିଲଦାର ନାରାୟଣ ମହାପାତ୍ର(୨୦୧୮ ବ୍ୟାଚ୍), ଏ.ପି.ଆର କନେଷ୍ଟବଳ ରଶ୍ମି ରଞ୍ଜନ ଦାଶ(୨୦୧୩ ବ୍ୟାଚ୍), ଓ.ଆର କନେଷ୍ଟବଳ ରବିନ୍ଦ୍ର ଦାସ(୧୯୯୦ ବ୍ୟାଚ୍), ଏବଂ ଟ୍ରାଫିକ କନେଷ୍ଟବଳ ପ୍ରଫୁଲ୍ଲ କୁମାର ଶବର(୧୯୮୯ ବ୍ୟାଚ୍)ଙ୍କୁ ପୁରସ୍କୃତ କରାଯାଇଥିଲା ।