ବ୍ରହ୍ମପୁରରେ ବିଜୁ ଯୁବ ବାହିନୀ ତରଫରୁ ହକି ପାଇଁ ଗଣ ଦୌଡ଼ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସନ୍ତା ୨୮.୧୧.୨୦୧୮ ରିଖ ତାରିଖରୁ ଆମ ରାଜ୍ୟ ରାଜଧାନୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ସ୍ତରୀୟ ପୁରୁଷ ହକି ବିଶ୍ୱ କପରେ ନିଜ ଦେଶର ଭାରତୀୟ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୩ ନଂ ୱାର୍ଡ ବିଜୁ ଯୁବ ବାହିନୀ ତରଫରୁ ସଭାନେତ୍ରୀ ତନ୍ମୟୀ ଦାସଙ୍କ ନେତୃତ୍ୱରେ ଏକ ଗଣ ଦୌଡ଼ ଅନୁଷ୍ଠିତ ହୋଇଥିଲା । ଏହା ସହିତ ଲୋକମାନଙ୍କ ଦ୍ୱାରା ଖେଳାଳୀମାନଙ୍କ ପାଇଁ ଶୁଭେଚ୍ଛା ଜଣାଇବା ସହ ଦସ୍ତଖତ କରି ପଠାଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ କାହ୍ନୁ ଚରଣ ପାତ୍ର ଶୁଭାରମ୍ଭ କରିଥିଲେ । ଏଥିରେ ସଂଯୋଜକ ହୟଗ୍ରୀବ ଷଡଙ୍ଗୀ , କୋସାଧଖ୍ୟ ନୀଳମାଧବ ମିଶ୍ର , ସ୍ୱାଧୀନ ସାହୁ , ଜଗନ୍ନାଥ ବେହେରା , ପୃଥିବିରାଜ ପାଇକ , ସୁରେଶ ତ୍ରିପାଠୀ , ପ୍ରେମଚାନ୍ଦ ପଟ୍ଟନାୟକ, ପଦ୍ମଲୋଚନ ପଟ୍ଟନାୟକ , ସନାତନ ସାହୁ , ଶିବସଙ୍କର ନାୟକ, ଶୁଭଶ୍ରୀ ଗୌଡ଼ , ନିଲମ ଜେନା , ପ୍ରୀତିମାଳା ବିଶୟୀ, ସୁଜାତା ତ୍ରିପାଠୀ ଓ ଶତାଧିକ ଯୁବକ ଯୁବତୀ ଭାଗ ନେଇଥିଲେ । ସମ୍ପାଦକ ସୁଶୀଲ ସାହି ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା