ବ୍ରହ୍ମପୁରରେ ଏସ.କମ.ଇଣ୍ଡିଆ ତରଫରୁ ପ୍ରଥମ ସାକ୍ଷାତକାର ଷ୍ଟାର୍ଟଅପ ଇକୋସିଷ୍ଟମ ଅନୁଷ୍ଠିତ ହୋଇଯାଇଛି …

ବ୍ରହ୍ମପୁର: ବ୍ରହ୍ମପୁରରେ ଷ୍ଟାର୍ଟଅପ ଇକୋସିଷ୍ଟମକୁ ପ୍ରୋତ୍ସାହନ ପାଇଁ ଆଗକୁ ରୋମାଞ୍ଚକର ସମୟ ଆସିଛି ବୋଲି ଆସ .କାମ.ଇଣ୍ଡିଆ ର ସଭାପତି କହିଛନ୍ତି। ଏସ.କମ.ଇଣ୍ଡିଆ ଗର୍ବର ସହିତ ଏହାର ପ୍ରଥମ ଷ୍ଟାର୍ଟଅପ୍ ମିଟଅପ୍ ଖଲ୍ଲିକୋଟ କଲେଜ ନିକଟ ହୋଟେଲ ଗାୟତ୍ରୀ ରେ ଆୟୋଜନ କରିଛି, ଯାହା ଉଜ୍ଜ୍ୱଳ ଭବିଷ୍ୟତକୁ ଦେଖୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଏକାଠି କରିଛି ଏବଂ ନୂତନ ବିଚାର ଗୁଡ଼ିକୁ ପ୍ରୋତ୍ସାହନ ଦେଇଛି। ଏହି କାର୍ୟ୍ୟକ୍ରମ ନେଟବାର୍କିଂ, ବିଚାର ବିନିମୟ ଏବଂ ଉଦ୍ୟୋଗୀ ଭାବନାକୁ ଜାଗ୍ରତ କରିବା ପାଇଁ ଏକ ଚମତ୍କାର ପ୍ଲାଟଫର୍ମ ଥିଲା। ଏହି ବୈଠକରେ ଏସ.କମ.ଇଣ୍ଡିଆ ସଭାପତି ସୌରଭ ଖଣ୍ଡେଲବାଲ, ସମ୍ପାଦକ ସିଏ ରାକେଶ ଗୁପ୍ତା, ଇନଷ୍ଟିଚ୍ୟୁଟ ମୁଖ୍ୟ ସିଦ୍ଧାର୍ଥ ଭଟ୍ଟର ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଇଭେଣ୍ଟ କୋ-ଅର୍ଡିନେଟର ବିଶ୍ୱଜିତ ପାଢ଼ିିଙ୍କ ସହ ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା