ବ୍ରହ୍ମପୁରଠାରେ ବିମାନ ବନ୍ଦର ସ୍ଥାପନ ପାଇଁ ସ୍ମାରକ ପତ୍ର ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଏବଂ ଜିଲ୍ଲାର ବିଭିନ୍ନ ଅଞ୍ଚଳର ୧୦୦ରୁ ଉର୍ଦ୍ଧ୍ବ ସାମାଜିକ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ତିଆରି ‘ୟୂନିଟେଡ଼ ଫୋରମ୍ ଅଫ ବ୍ରହ୍ମପୁର’ ବିମାନ ବନ୍ଦର ମିଳିତ ଭାବେ ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ଓ ଗଞ୍ଜାମ ଜିଲ୍ଲାରେ ଦୃତ ଶିଳ୍ପାୟନ ପାଇଁ ସ୍ମାରକ ପତ୍ର ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଏବଂ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ବିଜିପୁର ସ୍ଥିତ ସାଂସଦଙ୍କ ଆବାସ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଛି । ଏହି ସ୍ମାରକ ପତ୍ର ବ୍ରହ୍ମପୁର ସାଂସଦଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ବ୍ରହ୍ମପୁର ସାଂସଦଙ୍କ ଜରିଆରେ ଏହାର ପ୍ରତି କେନ୍ଦ୍ରୀୟ ବିମାନ ଚଳାଚଳ ମନ୍ତ୍ରୀ, ଓଡ଼ିଶା ମୁଖ୍ୟ ଶାସନ ସଚିବ, 5T ସଚିବ ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହି ଅବସରରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ସଭାପତି ରାମ ପ୍ରସାଦ ତ୍ରିପାଠୀ, ଉପ ସଭାପତି ଶ୍ରୀମତି ବବିତା ପାତ୍ର, ଫୋରମର ବରିଷ୍ଠ ସଦସ୍ୟ ଲକ୍ଷ୍ମୀ ନାରାୟଣ ପାଢୀ, ଟୁନା ମହାରଣା, ବି. ସୌମେସ୍ୱର ରାଓ, ଭିଏସ. ବାସନା, ଫୋରମ୍ ଫର୍ ଗଞ୍ଜାମ ଗଣ ସଂଗଠନର ବରିଷ୍ଠ ସଦସ୍ୟ ମାନସ ପାତ୍ର, ପ୍ରଗତିଶୀଳ ଉତ୍କଳ ସମାଜ ଗଣ ସଂଗଠନର ରାଜ୍ୟ ସମ୍ପାଦକ ସରୋଜ ପଟ୍ଟନାୟକ, ଏନଆରଆଇ ଅଜୟ ସାହୁ, ଭାରତ ବିକାଶ ପରିଷଦର ବରିଷ୍ଠ ସଦସ୍ୟ ବାଳକୃଷ୍ଣ ସାମନ୍ତରାୟ, ଗଞ୍ଜାମ ଜିଲ୍ଲା ଚାମ୍ବର୍ ଅଫ୍ କମର୍ସର ଏ. ସୋମେଶ ବାବୁ, ଗଞ୍ଜାମ ଜିଲ୍ଲା ଏଜେନ୍ଟ ସଂଘ ଓ ଅନ୍ୟ ଗଣ ସଙ୍ଗଠନର କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ବ୍ରହ୍ମପୁର ଠାରେ ଗ୍ରୀନ ଫିଲ୍ଡ ବିମାନ ବନ୍ଦର ପ୍ରତିଷ୍ଠା ଓ ଗଞ୍ଜାମ ଜିଲ୍ଲାରେ ଦୃତ ଶିଳ୍ପାୟନ ପାଇଁ ସଦସ୍ୟମାନଙ୍କ ପ୍ରସ୍ତାବ ଉପରେ ବିସ୍ତାର ଭାବେ ସାଂସଦ ଓ ବିଧାୟକ ଚର୍ଚ୍ଚା କରିଥିଲେ ଓ ବିମାନ ବନ୍ଦର ଅତି ଶିଘ୍ର ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକଙ୍କୁ ଦାବିପତ୍ର ଦେଇ ବ୍ରହ୍ମପୁରରେ ବିମାନ ବନ୍ଦର ଓ ଶିଳ୍ପ ପ୍ରତିଷ୍ଠାକୁ ତ୍ଵରାନିତ କରିବା ଓ ସରକାରି ଅବହେଳାରୁ ଜିଲ୍ଲାକୁ ମୁକ୍ତ କରିବା ଲକ୍ଷରେ ଓଡ଼ିଶା ଡେଭଲ ପମେଣ୍ଟ ଫୋରମ୍ ପକ୍ଷରୁ ଏହି ପଦକ୍ଷପ ନିଆଯାଉଛି ବୋଲି କୁହାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା