ବେସାହାରା ନାବାଳିକା ଠାରେ ପହଞ୍ଚିଲା ଚାଇଲ୍ଡ ଲାଇନ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବେଳେ ବେଳେ ଦାରୁଣ ଦୁଃଖ କଲବଲ ମାରେ । ଏପରି ମୃତ୍ୟୁ ଦେଖା ଦେଇଛି ଶାଳବଣି ଗାଁର କର୍କଟ ପିଡିତା ଯାତ୍ରା ଅଭିନେତ୍ରୀ ତିଳୋତ୍ତମ ଯାଦବ ଠାରେ । ମୃତ୍ୟୁର ୬ଦିନ ବିତିଥିଲେ ମଧ୍ୟ ଅର୍ଥାଭାବରୁ ଅନ୍ତେଷ୍ଟିକ୍ରିୟା ପ୍ରଶ୍ନବାଚୀ ହୋଇଥିବା ବେଳେ ଦୁଇ ନାବାଳିକା ଓ ଜଣେ ନାବାଳକର ଜୀବନରକ୍ଷା ଲାଗି ଜିଲା ଚାଇଲ୍ଡ ଲାଇନ୍ ସେମାନଙ୍କ ନିକଟରେ ପହଞ୍ଚିଛି । ଘଟଣାରୁ ପ୍ରକାଶ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିଆ ପଂଚାୟତର ଶାଳବଣୀ ଗାଁରେ ବିଧବା ଜୟନ୍ତୀ ଦେ ବସବାସ କରି ଆସୁଥିଲେ । ସାନଝିଅ ତିଳୋତ୍ତମା ପରିବାର ପ୍ରତିପୋଷଣ ଲାଗି ଶ୍ରମିକଭାବେ ମୁମ୍ବାଇ ଯାଇ କାର୍ଯ୍ୟ କରି ଆସୁଥିଲେ । ସେଠାରେ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର ୧୮ବର୍ଷରେ ଦୁଇ ନାବାଳିକା ଝିଅ ଓ ନା ବାଳକ ପୁଅକୁ ଧରି ଗାଁକୁ ଫେରି ପରିପରିବାର ପ୍ରତିପୋଷଣ ହୋଇନପାରିବାରୁ ଯାତ୍ରା ଅଭିନେତ୍ରୀଭାବେ କାର୍ଯ୍ୟ କରି ଆସୁଥିଲେ । ସ୍ୱାମୀ ପରିତ୍ୱକ୍ତା ତିଳୋତ୍ତମା ଦୁରାରୋଗ୍ୟ କର୍କଟରୋଗରେ ପିଡିତ ଥାଇ ପିଲାଙ୍କ ଭବିଶ୍ୟତ ପାଇ ଚିନ୍ତିତ ଥିଲେ । ଗତ ୨୪ ତାରିଖରେ ତିଳୋତ୍ତମା ଚିକିତ୍ସା ଅଭାବରୁ ମୃତ୍ୟୁମୁଖରେ ପଡିଥିଲେ । ଏବେ ତାଙ୍କ ମା ଜୟନ୍ତି ଦେ ବୟସାଧିକ ହେବା ସହିତ ପକ୍ଷାଘାତ ରୋଗରେ ପିଡିତ ଥିବାରୁ ତିଳୋତ୍ତମାର ତିନି ସନ୍ତାନଙ୍କୁ ପାଳିବା ସହଜସାଧ୍ୟ ନ ଥିଲା । ଏ ସମ୍ପର୍କରେ ବାଲେଶ୍ୱରର ଡିସିପିଓ ଯୁବକ ମାଝି ଜିଲା ଚାଇଲ୍ଡ ଲାଇନ୍‌କୁ ଖବର ଦେଇଥିଲେ । ତିଳୋତ୍ତମାର ମୃତ୍ୟୁପରେ ବଡ ଝିଅ ୧୬ବର୍ଷର ହୋଇଥିବା ବେଳେ ୨ୟ ଝିଅ କ୍ରିଷ୍ଣାକୁମାରୀ ନବମ ଶ୍ରେଣୀ ଛାତ୍ରୀ ଓ ପୁଅ ଶିବ ଯାଦବ ପଞ୍ଚମ ଶ୍ରେଣୀ ଛାତ୍ର । ଖବର ପାଇ ଜିଲା ଚାଇଲ୍ଡର ମୁଖ୍ୟ ପ୍ରଶାନ୍ତ ରାଉତ, ସହକାରୀ ଉତ୍ତମ ନାୟକ ଓ ନିମାୟ ବାରିକ ତିଳୋତ୍ତମାର ଦଦରା ଘରେ ପହଞ୍ଚି ସହାୟତାର ଜିଲା ପ୍ରଶାସନକୁ ଲେଖିଛନ୍ତି । କିନ୍ତୁ ଆସନ୍ତା ୪ ତାରିଖରେ ତିଳୋତ୍ତମାର ଶୁଦ୍ଧିକ୍ରିୟା ହେବାକୁ ଥିବା ବେଳେ ଏ ସମସ୍ତ କାର୍ଯ୍ୟ କିପରି ଶେଷ ହେବ ସେଥିଲାଗି ଗ୍ରାମବାସୀ ଚିନ୍ତିତ ଅଛନ୍ତି ।

ରିପୋର୍ଟ : ଭୂପତି ପରିଡା