ବେତାରସିଂ ଗ୍ରାମରେ ୫ ବର୍ଷର ଶିଶୁ କୂଅରେ ପଡି ମୃତ୍ୟୁ…

ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ଥାନା ଅନ୍ତର୍ଗତ ବେତାରସିଂ ଗ୍ରାମର ୪ + ବର୍ଷର ଶିଶୁ ନିଜ ଘରର ବାରିପଟେ ଥିବା ଏକ କୂଅରେ ପଡି ମୃତ୍ୟୁ ବରଣ କରିଥିବା ଖବର ମିଳିଛି । ମୃତ୍ୟୁବରଣ କରିଥିବା ଶିଶୁ ଜଣକ ଅଶ୍ୱିନ କୁମାର ସ୍ୱାଇଁଙ୍କ ୫ ବର୍ଷର ପୁଅ ଦିତେଶ କୁମାର ସ୍ଵାଇଁ ବୋଲି ଜଣାପଡିଛି । ଅଶ୍ୱିନ ନିଜ କ୍ଷେତକୁ କାମ କରିବାକୁ ଯାଇଥିବା ବେଳେ ମା’ ରୋଷେଇ କରୁଥିଲେ । ଲକଡାଉନ ଯୋଗୁଁ ଅଙ୍ଗନବାଡି କେନ୍ଦ୍ର ବନ୍ଦ ଥିବାରୁ ଦିତେଶ ବାରିପଟେ ଖେଳୁଥିବା ବେଳେ ଅସାବଧାନତା ଯୋଗୁଁ କାନ୍ଥ ହୋଇନଥିବା ଏକ ଖୋଲା କୂଅରେ ପଡି ଯାଇଥିଲା । ଖେଳୁଥିବା ପିଲାମାନଙ୍କ ଡାକ ଶୁଣି ଶିଶୁର ମା ଓ ସାହି ପଡ଼ିଶା ଲୋକମାନେ ଶିଶୁଟିକୁ କୂଅରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ଡାକ୍ତର ସୁବାଶିଷ ପାଣିଗ୍ରାହୀ ପରୀକ୍ଷା କଲାପରେ ଶିଶୁକୁ ମୃତ୍ୟୁ ଘୋଷଣା କରିବା ସହ ପୋଲିସ ଥାନାକୁ ଖବର ଦେଇଥିଲେ । ବୁଗୁଡା ପୋଲିସ ମେଡିକାଲରେ ପହଞ୍ଚି ମୃତ ଦିତେଶର ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପଠା ଯାଇଥିବା ଜଣାପଡ଼ିଛି ।

ରିପୋର୍ଟ : ଡ଼ଃ. କୁମୁଦ ଚନ୍ଦ୍ର ବେହେରା