ବେଣୁଧର ମିଶ୍ରଙ୍କ ଏକାଦଶତମ ବାର୍ଷିକ ଶ୍ରାଦ୍ଧ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରସ୍ଥିତ ଓଳିନ୍ଦା ଗାଁର ବିଶିଷ୍ଟ ସମାଜସେବୀ, ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ସ୍ୱର୍ଗତ ବେଣୁଧର ମିଶ୍ରଙ୍କ ଏକାଦଶତମ ବାର୍ଷିକ ଶ୍ରାଦ୍ଧଦିବସ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଶିଷ୍ଟ ଗବେଷକ ଡ. ଶ୍ରୀକାନ୍ତ ପାତ୍ର ସଭାପତିତ୍ୱ କରିଥିଲେ । ଦୀନକୃଷ୍ଣ ସ୍ମୃତି ପରିଦେର ପ୍ରତିଷ୍ଠାତା ସଂପାଦକ ବିପିନ ବିହାରୀ ବିଶ୍ୱାଳ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବେଣୁଧର ବାବୁଙ୍କ ବ୍ୟକ୍ତିତ୍ୱ, ଆଦର୍ଶ, ସମାଜସେବା ଓ ପରପୋକାର ସଂପର୍କରେ କହିଥିଲେ । ଉତ୍କଳ ସାହିତ୍ୟ ଏକଡେମୀର ସଦସ୍ୟ କବି କାଳିପଦା ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସ୍ୱର୍ଗତ ମିଶ୍ରଙ୍କ ପ୍ରତିଭା ଓ ନିରଳସ ଜୀବନଚର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ରବିନାରାୟଣ ମିଶ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ରମେଶ ନାୟକ, ଲେଲିନ୍ ପ୍ରଧାନ, ବେଣୁଧର କାମିଳ. ଜାନକି ବଲ୍ଲଭ ସାହୁ, କାରୁଣାକାର ଭୂୟାଁ, ଦିଲ୍ଲିପ ପରିଡା, ତପନ ବିଶ୍ୱାଳ, ଗୋପିବଲ୍ଲଭ ସାହୁ, ମଦନ ମୋହନ ମହାପାତ୍ର, ରାଜବଲ୍ଲଭ ସାହୁ, ଅରୁଣ କୁମାର ସେନାପତି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶିଦ୍ଧାର୍ଥ ଶଂକର ପାଳ ସଂଯୋଜନା କରିଥିବା ବେଳେ କନିଷ୍ଠ ପୁତ୍ର ସ୍ତମ୍ଭକାର ସତ୍ୟନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି ପରିଡା