ବେକାର ଯୁବକ ଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ତାଲିମ ପ୍ରଦାନ ଶେଷ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବେକାର ଯୁବକ ଯୁବତୀମାନଙ୍କୁ ତାଲିମ ପ୍ରଦାନ କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ବ୍ରହ୍ମପୁର ସ୍ଥିତ ଟି.ଏନ.ଟି ଶିକ୍ଷାନୁଷ୍ଠାନ ପରିସରରେ ଆରମ୍ଭ ହୋଇଥିବା ଶିଳ୍ପଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ ଆଜି ଶେଷ ହୋଇଯାଇଛି । ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ବେକାର ଯୁବକ, ଯୁବତୀମାନଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ବିଭିନ୍ନ ଶିଳ୍ପଦ୍ୟୋଗୀ ତାଲିମ ଦିଆଯାଇଛି । ଏହାସହ ସେମାନେ ଭବିଷ୍ୟତରେ କିପରି ଲଘୁ ଶିଳ୍ପ ମାଧ୍ୟମରେ ଆତ୍ମନିର୍ଭରଶୀଳ ହୋଇପାରିବେ ସେ ନେଇ ସଚେତନ କରାଯାଇଛି । ସ୍କିଲ ଇଣ୍ଡିଆ, ଗ୍ରାମ ତରଙ୍ଗର ରିଜିଅନାଲ ଡାଇରେକ୍ଟର ଅଜୟ ଦ୍ୱିବେଦୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଇଡି ଓଡିଶା ପ୍ରୋଗ୍ରାମ ଅଫିସର ଜି.ଏନ ଭୋଳ, ନିଲତିକ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡର ଡାଇରେକ୍ଟର ତଥା ପ୍ରଶିକ୍ଷକ ସାଇ ଚନ୍ଦନ ବିଷୋଇ, କାମେଶ୍ୱର ମହାନ୍ତି ପ୍ରମୁଖ ଯୋଗ ଦେଇ ତାଲିମ ପ୍ରାପ୍ତ ଯୁବକ ଯୁବତୀମାନଙ୍କୁ ସାର୍ଟିଫିକେଟ ବଣ୍ଟନ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା