ବୃଦ୍ଧାଙ୍କୁ ଉଦ୍ଧାର କଲେ ଯୁବ ସଂଗଠନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ରେଳ ଷ୍ଟେସନ ନିକଟରେ ଜଣେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇ ଜିକେ ଭଟ୍ଟର ହସ୍‌ପିଟାଲରେ ଚିକିତ୍ସିତ କରାଯାଇଛି । ମେ ଆଇ ହେଲ୍ପ ୟୁ, ମୋ ପରିବାର ପକ୍ଷରୁ ଜଗନ୍ନାଥ ପରିଡାଙ୍କ ସହିତ ହରିଶଂକର ପଣ୍ଡା ଓ ଜୟଦେବ ସାମଲ ପ୍ରମୁଖ ଗତକାଲି ରାତିରେ ମୟୂରଭଂଜ ଜିଲାର ମୁରୁଡା ଅଂଚଳର ପାର୍ବତୀ ମୁର୍ମୁ(୬୫)ଙ୍କୁ ଜଳେଶ୍ୱର ଷ୍ଟେସନ ନିକଟରୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭତ୍ତି କରି ଚିକିତ୍ସାର ବ୍ୟବସ୍ଥା କରାଇଥିଲେ । ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।