ବୃଦ୍ଧଙ୍କୁ ପ୍ଲାଜମା ଦେଲେ ଜଣେ ସାମ୍ବାଦିକ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲାର ସାମ୍ବାଦିକ ଲୋକନାଥ ପଣ୍ଡା ଆଜି ସଂନ୍ଦ୍ୟାରେ ବିଶାଖାପାଟଣା ସ୍ଥିତ ଏକ ହସ୍ପିଟାଲରେ ୭୨ ବର୍ଷିୟ ଟି.ଶଶିଭୁଷଣଙ୍କୁ ପ୍ଲାଜମା ଦାନ କରିଛନ୍ତି । ଗଜପତି ଜିଲ୍ଲା କାଶୀନଗର ଗ୍ରାମର ଟି. ଶଶିଭୁଷଣ କରୋନାରେ ଆକ୍ରାନ୍ତ ହୋଇ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତ୍ବର ହୋଇଥିବାରୁ ପ୍ଲାଜମା ଏକ ମାତ୍ର ଶେଷ ଚିକିତ୍ସା ମାଧ୍ୟମ ରହିଥିଲା । ଟି.ଶଶିଭୂଷଣଙ୍କ ପରିବାର ବହୁ ସ୍ଥାନ ଓ ବହୁ ଲୋକଙ୍କୁ ଯୋଗାଯୋଗ କରି ସୁଫଳ ପାଇପାରିନଥିବା ବେଳେ ଲୋକନାଥ ପଣ୍ଡା ନିଜ ମାନବିକତା ଓ ଗୌରବମୟ ସାମ୍ବାଦିକ ପେସାର ମର୍ଯ୍ୟାଦା ଅକ୍ଷୃର୍ଣ୍ଣ ରଖି ପ୍ଲାଜମା ଦାନ ପାଇଁ ଅଗେଇ ଆସିଥିଲେ । ଆଜି ସାମ୍ବାଦିକ ଲୋକନାଥ ପଣ୍ଡା ନିଜେ ସାହାଯ୍ୟର ହାତ ବଢେଇ ନିଶ୍ଚିତ ଭାବେ ସମଗ୍ର ସାମ୍ବାଦିକଙ୍କୁ ଗୌରାବ୍ୟନ୍ବୀତ କରିପାରିଛନ୍ତି । ସେପଟେ ପ୍ଲାଜମା ଥେରାପି ପରେ ଟି.ଶଶିଭୂଷଣଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ହୋଇଥିବା ଜଣାପଡିଛି ।