ବୃକ୍ଷ ହିଁ ଜୀବନ:ରାୟଗଡା ପ୍ରେସ ୟୁନିୟନ ତରଫରୁ ବୃକ୍ଷରୋପଣ…

ରାୟଗଡା(ସମୃଦ୍ଧ ଓଡିଶା)ବୃକ୍ଷ ହିଁ ଜୀବନ, ତେଣୁ ସମସ୍ତେ ଗୋଟିଏ ଗୋଟିଏ ଚାରା ରୋପଣ କରି ତାର ଯତ୍ନ ନେଲେ ତାହା ଆସନ୍ତା କାଲି ପାଇଁ ଜୀବନ ସାବ୍ୟସ୍ତ ହୋଇପାରିବ ଜିଲ୍ଲାପାଳ ପରିବେଶର ସୁରକ୍ଷା ପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି । ବନମହୋତ୍ସବ ଉପଲକ୍ଷେ ରାୟଗଡା ପ୍ରେସ ୟୁନିୟନ ତରଫରୁ ବ୍ରାହ୍ମଣ ସାହି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସମୁହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ବୃକ୍ଷରୋପଣ କାର୍ଯକ୍ରମରେ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡା ଶ୍ରବଣ ବିବେକ ଏମ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ପ୍ରେସ ୟୁନିୟନର ସଭାପତି ଦୟାନନ୍ଦ ଖାଡେଙ୍ଗାଙ୍କ ଅଧ୍ୟକ୍ଷତାରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସଭାର ଅୟୋଜନ ହୋଇଥିଲା । ଜିଲ୍ଲାପାଳ ଶ୍ରୀବେହେରା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ବୃକ୍ଷ ହିଁ ଜୀବନ, ତେଣୁ ସମସ୍ତେ ଗୋଟିଏ ଗୋଟିଏ ଚାରା ରୋପଣ କରି ତାର ଯତ୍ନ ନେଲେ ତାହା ଆସନ୍ତା କାଲି ପାଇଁ ଜୀବନ ସାବ୍ୟସ୍ତ ହୋଇପାରିବ । ସେହିପରି ଏସ.ପି ଶ୍ରବଣ ବିବେକ ଏମ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ଗଛ ବଂଚିଲେ ବିଶ୍ୱ ବଂଚିବ, ତେଣୁ ଗଛ ଲଗାଇ ତାହାର ଯତ୍ନ ନେବା ପାଇଁ ଏସ.ପି ମହୋଦୟ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ୱାନ କରିଥିଲେ । ଏହାପରେ ସ୍କୁଲ ପରିସରରେ ଛାତ୍ରଛାତ୍ରୀ ଏବଂ ଅତିଥି ମାନଙ୍କୁ ନେଇ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗଛର ଉପକାରିତା ଦିଗରେ ଚେତନା ଜାଗୃତ କରିବା ପାଇଁ ବିଦ୍ୟାଳୟରେ କନିଷ୍ଠ ଏବଂ ବରିଷ୍ଠ ବର୍ଗରେ ଛାତ୍ର ଛାତ୍ରୀଙ୍କୁ ନେଇ ପରିବେଶର ଯତ୍ନ ଶିର୍ଷକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବରିଷ୍ଠରେ ସିଦ୍ଧାନ୍ତ କୁମାର ପାଳ ପ୍ରଥମ, ପଙ୍କଜନୀ ବାତ୍ରିୟା ଦ୍ୱିତୀୟ ଏବଂ ସଂଜନା ବିଡିକା ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି କନିଷ୍ଠରେ ସିରିସା ପାଲାକ ପ୍ରଥମ, ପ୍ରୀୟା ସଗଡିଆ ଦ୍ୱିତୀୟ ଏବଂ ହାରିକାରାଣୀ କୌଶଳ୍ୟା ତୃତୀୟ ସ୍ଥାନ ଗ୍ରହଣ କରିଥିଲେ । କୃତୀ ପ୍ରତିଯୋଗୀଙ୍କୁ ଜିଲ୍ଲାପାଳ ଏବଂ ଏସ.ପି ପୁରସ୍କୃତ କରିଥିଲେ । ଆୟୋଜିତ ବନମହୋତ୍ସବ କାର୍ଯ୍ୟକ୍ରମରେ ଗୋଷ୍ଠି ଶିକ୍ଷାଧିକାରୀ ରଜନୀକାନ୍ତ ସାମନ୍ତରାୟ, ପ୍ରଧାନ ଶିକ୍ଷକ ରଜନୀକାନ୍ତ ପାଢୀ, ବିଦ୍ୟାଳୟର ସମସ୍ତ ଶିକ୍ଷକ, ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ବନବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ପ୍ରେସ ୟୁନିୟନ ତରଫରୁ ଉପଦେଷ୍ଟା ସୁରେଶ ଦାସ, ସଂପାଦକ ମନୋଜ କୁମାର ସାହୁ, ସଦସ୍ୟ ସୁବାଷ ସୂର୍ଯ୍ୟ, ରଶ୍ମିରଂଜନ ଦୋରା, ସନ୍ତୋଷ କୁମାର ପାଢୀ, ପରମାନନ୍ଦ ପ୍ରଧାନ, ସର୍ବେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ପରିବେଶର ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରେସ ୟୁନିୟନ ରାୟଗଡକୁ ସରକାରଙ୍କ ତରଫରୁ ପ୍ରକୃତି ମିତ୍ର ପୁରସ୍କାରରେ ଭୂବନେଶ୍ୱର ଠାରେ ସମ୍ମାନୀତ କରାଯାଇଥିଲା ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ