ବିଷମକଟକ ଓ କଲ୍ୟାଣସିଙ୍ଗପୁରରେ ମାଣ୍ଡିଆ ମଣ୍ଡିର ଉଦଘାଟନ:ପ୍ରଥମ ଦିନରେ ୨୧କ୍ବିଣ୍ଟାଲ ମାଣ୍ଡିଆ ସଂଗ୍ରହ …

ରାୟଗଡା (ସମୃଦ୍ଧ ଓଡିଶା ) ମାଣ୍ଡିଆ ଚାଷୀଙ୍କୁ ଉତ୍ସାହିତ କରିବା ସହ ଚାଷୀଙ୍କୁ ସର୍ବନିମ୍ନ ରାଶି ପ୍ରଦାନ କରି ପ୍ରୋତ୍ସାହନ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ମାଣ୍ଡିଆ ମଣ୍ଡି । ସମବାୟ ବିଭାଗ ପକ୍ଷରୁ ଟି.ଡି.ସି.ସି ଓ ଳ୍ୟାମ୍ପସ୍‍ ଜରିଆରେ ମାଣ୍ଡିଆ କିଣିବା ପାଇଁ ଆଜି ବିଷମକଟକ ବ୍ଳକ୍‍ ଗଜବାହାଲ ଓ କଲ୍ୟାଣସିଙ୍ଗପୁର ବ୍ଲକ୍ ବୁଡାଗୁଡା ଠାରେ ମାଣ୍ଡିଆ ମଣ୍ଡି ଉଦ୍‍ଘାଟନ କାର୍ଯ୍ୟକ୍ରମରେ ଡିଆର୍‍ସିଏସ୍‍ ମେରିଜାନ୍‍ ବାଗେ, ରାୟଗଡା ଏଆର୍‍ସିଏସ୍‍ ସୀତାପତି କରୁଣାକର ମାଝି, ଗୁଣପୁର ଏଆର୍‍ସିଏସ୍‍ ଟି.ଶବର, ଓଡିଶା ମିଲଟ୍‍ ମିଶନର ଅଧିକାରୀ ମଳୟ କୁମାର ସାହୁ, ୱାସନ ଅନୁଷ୍ଠାନର ଜିଲ୍ଲା ସଂଯୋଜକ ନାରାୟଣ ସାହୁ, ବିଷମକଟକ ଯୋଗାଣ ନିରୀକ୍ଷକ ସିପ୍ରା ମଲ୍ଲିକ ଟି.ଡ଼ି.ସି.ସି ଶାଖା ପରିଚାଳକ ଅଶୋକ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଜି ପ୍ରଥମ ଦିନରେ ଗଜବାହାଲ ମଣ୍ଡିରେ ୩ କ୍ୱିଣ୍ଡାଲ୍‍ ୯୯ କେଜି ଓ ବୁଡାଗୁଡା ମଣ୍ଡିରେ ୧୭ କ୍ୱିଣ୍ଡାଲ୍ ୮ କେଜି ମାଣ୍ଡିଆ ଚାଷୀଙ୍କ ଠାରୁ କିଣା ଯାଇଥିବା ଜଣାଯାଇଛି । ବିଷମକଟକରେ ପ୍ରତି ବୁଧବାର ଦିନ ଗଜବାହାଲ ଏବଂ ପ୍ରତି ମଙ୍ଗଳବାର ଦିନ ଚାଟିକୋଣ ଓ କଲ୍ୟାଣସିଙ୍ଗପୁରରେ ପ୍ରତି ସୋମବାର ଓ ବୁଧବାର ଦିନ ବୁଢ଼ାଗୁଡା ଠାରେ ଏହି ମାଣ୍ଡିଆ ମଣ୍ଡି କାର୍ଯ୍ୟକାରୀ ହେବ ବୋଲି ବିଭାଗୀୟ ସୁତ୍ରରୁ ଜଣାଯାଇଛି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ