ବିଶ୍ୱ ଶ୍ରମିକ ଦିବସ ପାଳନ କଲେ ଓଡ଼ିଆ ସିନେ ୱାର୍କରସ ଆସୋସିଏସନ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଓଡିଶା ସିନେ ୱାର୍କର୍ସ ଆଶ୍ସୋସିଏସନ ତରଫରୁ ବିଶ୍ୱ ଶ୍ରମିକ ଦିବସ ପାଳନ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଓଡିଶା ସିନେ ୱାର୍କର୍ସ ଆଶ୍ସୋସିଏସନ ତରଫରୁ ପ୍ରତିବର୍ଷପରି ଏବର୍ଷ ଅନୁଷ୍ଠାନ ର ୯ମ ବିଶ୍ୱ ଶ୍ରମିକ ଦିବସ ବେଗୁନିଆ ବ୍ଲକ ର ବେଗୁନିଆ ବଜାର ନିକଟ ଦୁର୍ଗା ମଣ୍ଡପ ଠାରେ ଅନୁଷ୍ଠାନ ର ସଭାପତି ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ଶ୍ରୀ ବବି ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଚଳଚ୍ଚିତ୍ର ନିର୍ଦେଶକ କୁନାଲ ପଟ୍ଟନାୟକ, ଓ ବିଶିଷ୍ଟ ଅତିଥି ଭାବେ ଜିତେନ୍ଦ୍ର କୁମାର ସାହୁ, ବିଭୂତି ଭୂଷଣ ଦଳାଇ, ଯୋଗଦେଇଥିଲେ । ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ବେହେରା ଦିବସ ର ଆଭିମୁଖ୍ୟ ଓ ଶ୍ରମିକ ମାନଙ୍କ ର ବର୍ତମାନ ର ସମସ୍ୟା ଉପରେ ଆଲୋକପାତ କରିଥିଲେ, ଅନୁଷ୍ଠାନ ର ପରିଚାଳକ ଓଁ ପ୍ରକାଶ ମହାଦେବ, ଆରତି ବେହେରା, ଲୋକନାଥ ସାହୁ, ପ୍ରସନ୍ନ କୁମାର ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ।ବିଶିଷ୍ଟ ସାମ୍ବାଦିକ, କଳାକାର, କଣ୍ଠଶିଳ୍ପୀ, କବି ଓ ସମାଜସେବୀ ଭାବେ ଶ୍ରୀଯୁକ୍ତ ଧନେଶ୍ୱର ବିଧାର, ଲୋହିତ ନାରାୟଣ ମହାପାତ୍ର, ଦୁର୍ଗା ପ୍ରସାଦ ଦାସ,ଯୋଗେଶ୍ୱର ପଣ୍ଡା,ଗୀତାଞ୍ଜଳି ମହାପାତ୍ର, ଗୀତାଞ୍ଜଳି ବେହେରା, ତୃପ୍ତିମୟୀ ସାହୁ,ଡ଼. ରଶ୍ମି କର,ଅଭିପ୍ସା ପ୍ରିୟଦର୍ଶିନୀ,ରାକେଶ ପାଢ଼ୀ,ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ରିପୋର୍ଟ : ରଜତ ମହାପାତ୍ର