ବିଶ୍ୱ ମାତୃ ଦିବସ ପାଳନ ଅବସରରେ ଆଠ ଜଣ ମହିଳାଙ୍କୁ ଆଦର୍ଶ ମା ଭାବେ ସମ୍ମାନୀତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ପବିତ୍ର ମାତୃ ଦିବସ ଥିଲା । ଏହି ଅବସରରେ ସର୍ଵଶକ୍ତି ଏଜୁକେସନ ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ରୋଟାରୀ କ୍ଲବ ପରିସରରେ ମହାଆଡ଼ମ୍ବର ସହକାରେ ବିଶ୍ୱ ମାତୃ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ଟ୍ରଷ୍ଟର ସମ୍ପାଦିକା ସୋନାଲି ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ ଯୋଗଦେଇ ବିଶ୍ୱ ମାତୃ ଦିବସ ଉପଲକ୍ଷେ କହିଥିଲେ ଯେ “ମା” ଏକ ମଧୁର ଡାକ । ଯାହା ଭଗବାନଙ୍କ ଠାରୁ ଆରମ୍ଭ ଏବଂ ଅନ୍ତ ଆଜିସୁଧା କେହି ଖୋଜିପାରୁନାହାନ୍ତି । ମା ଡାକରେ ଅମୁଲ୍ୟ ସ୍ନେହ, ଶ୍ରଦ୍ଧା ଭରପୁର ଥାଏ । ସବୁ ପିଲା ପ୍ରାୟ ନିଜ ମା ଠାରୁ ଅନେକ ଶିକ୍ଷା ପାଆନ୍ତି । ମା ପିଲାର ପ୍ରଥମ ଗୁରୁ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡ଼ଙ୍ଗୀ, ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ଓଡ଼ିଶାର ଜୀବିକା ମିଶନର ଛତ୍ରପୁର ବ୍ଲକ ସଂଯୋଜିକା ମାନିନୀ ଜେନା, ଶିକ୍ଷାବିତ କୃପାସିନ୍ଧୁ ପଣ୍ଡା, କେନ୍ଦ୍ରୀୟ ନାରୀ ସଦନ ତଥା ସରକାରୀ ବାଳିକା ପଯ୍ୟବେକ୍ଷଣ ଓ ସ୍ୱତନ୍ତ୍ର କେନ୍ଦ୍ର ବ୍ରହ୍ମପୁରର ଜି. ଶର୍ମିଳା, ସର୍ବ ଶକ୍ତି ଏଜୁକେସନ ଓ ଚାରିଟେବୁଲର ଟ୍ରଷ୍ଟି ତୁଷାର ଶତପଥୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଛତ୍ରପୁର ବ୍ଲକ ଓ ଏନଏସିର ମହିଳାମାନେ ଯୋଗଦେଇ ବିଶ୍ୱ ମାତୃ ଦିବସ ଉପରେ ଉପସ୍ଥିତ ମହିଳାମାନଙ୍କୁ ବୁଝାଇଥିଲେ । ଏହି ଅବସରରେ ଆଠ ଜଣ ମହିଳାଙ୍କୁ ଆଦର୍ଶ ମା ଭାବେ ଉପଢୋଙ୍କନ ସହ ମାନପତ୍ର ଦେଇ ସମ୍ମାନୀତ କରାଯାଇଛି । ଏହା ସହ ଡ୍ରିମ୍ସ ଡେନ୍ସ ଛତ୍ରପୁର ଏକାଡେମୀ ପକ୍ଷର କୁନି କୁନି ଶିଶୁମାନଙ୍କ ଦ୍ୱାରା ବିଶ୍ୱ ମାତୃ ଦିବସ ଉପରେ କିପରୀ ଗୋଟିଏ ମା କିପରି ନିଜ ଶିଶୁ ସ୍ନେହ ଆଦରେ ପାଳନ କରେ ସେ ଉପରେ ଦୁଇଗୋଟି ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ମୋ ମା ନାମରେ ଏକ ଗୀତ ରିଲିଜ କରାଯାଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା