ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡି ତୋଳା ନାରାୟଣ ପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଶ୍ଵ ବରିଷ୍ଠ ଦିବସ ପାଳନ କରାଯାଇଛି । ମଞ୍ଚର ସଭାପତି ନରହରି ପ୍ରଧାନଙ୍କ ସଭାପତିତତ୍ବରେ ଅନୁଷ୍ଠିତ ଏଇ ଉତ୍ସବରେ ମୂଖ୍ୟ ଅତିଥି ରୂପେ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ୍ ର ପୂର୍ବତନ ସଭାପତି ତଥା ଅବସର ପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ଗଦାଧର ରାଉଳ ଯୋଗଦେଇ ବରିଷ୍ଠ ନାଗରିକ ଅଙ୍ଗ ଦାନ କରିବା ସ୍ବୀକାରୋକ୍ତି ପ୍ରଦାନ କରିବାରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଚେଷ୍ଟା କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଟ୍ୟନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ଶତପଥୀ ଯୋଗଦେଇ ଦୁନିଆରେ ବଞ୍ଚିବା ପାଇଁ ଭଗବତ୍ ଚିନ୍ତା କରିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ମଞ୍ଚର ସଂଯୋଜକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ସେବାନିବୃତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ବରିଷ୍ଠ ନାଗରିକ ଦିବସ ପାଳନର ଉଦ୍ଦେଶ୍ୟ ସମ୍ଵନ୍ଧରେ ବିବରଣୀ ପ୍ରଦାନ କରିଥିଲେ । ଉପଦେଷ୍ଟା ଜଟେଶ୍ବର ପ୍ରଧାନ ମଞ୍ଚ ଗଠନ ସମ୍ପର୍କରେ ମତ ପ୍ରକାଶ କରିଥିଲେ । ସଂପାଦକ ବାଉରୀ ବନ୍ଧୁ ସାହୁ ମଞ୍ଚର ବିବରଣୀ ପ୍ରଦାନ କରିଥିଲେ । ମଞ୍ଚର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଯୁବ କଣ୍ଠ ଶିଳ୍ପୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାରମ୍ଭିକ ଭଜନ ପରିବେଷଣ କରିଥିଲେ । ଏଇ ଅବସରରେ ରାମପଲ୍ଲୀ ଗ୍ରାମର ବରିଷ୍ଠ ନାଗରିକ ବାଞ୍ଛା ନିଧି ସ୍ବାଇଁ ଓ ଟାଙ୍ଗଣା ପଲ୍ଲୀ ଗ୍ରାମର ବରିଷ୍ଠ ନାଗରିକ ଭାସ୍କର ବିଷୋୟୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା