ବିଶ୍ୱାସ କଲେଜରେ ନବାଗତ ସେବିକା ଛାତ୍ରଛାତ୍ରୀମାନଙ୍କର ଶପଥ ଗ୍ରହଣ ଉତ୍ସବ

ଭୁବନେଶ୍ବର (ସମୃଦ୍ଧଓଡିଶା) ବିଶ୍ଵାସ କଲେଜ ପ୍ରାଙ୍ଗଣରେ ନବାଗତ ସେଵିକା ଛାତ୍ରଛାତ୍ରୀ ମାନଙ୍କର ଶପଥ ଗ୍ରହଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ବାସନ୍ତୀ ବେହେରା, ସମ୍ପାଦିକା,ରାଜ୍ୟ ନର୍ସିଂ ଓ midwives ବୋର୍ଡର ମୁଖ୍ୟ ଅତିଥିରୂପେ ଯୋଗଦାନ କରି ପିଲାମାନଙ୍କୁ ଦ୍ଵୀପ ପ୍ରଜ୍ୟୋଳୀତ କରି ଶପଥ କରାଇଥିଲେ l ଅନୁଷ୍ଟାନର ନିର୍ଦ୍ଦେଶକ ଡକ୍ଟର L.N. Panda ଶପଥ ଗ୍ରହଣର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ l ନର୍ସିଂ ମହାବିଦ୍ୟାଳୟର ଅଧକ୍ଷା ଶ୍ରୀମତୀ ସତ୍ୟଭାମା ମିଶ୍ର ଶପଥ ଗ୍ରହଣର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ଉପରେ ଗୁରୁତ୍ବଆରୋପ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଶ୍ଵାସ ବିଜ୍ଞାନ ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧକ୍ଷ ଓ ପlରlମେଡିକସ୍ ମହାବିଦ୍ୟାଳୟର ଅଧକ୍ଷଙ୍କ ସହିତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ l

ରିପୋର୍ଟ : ରଜତ ମହାପାତ୍ର