ବିଶ୍ଵ ରକ୍ତ ଦାତା  ଦିବସ ଉପଲକ୍ଷେ ‘ମନ କିଣି ନେଲା କଳା ଠାକୁର ଗ୍ରୁପ୍’ ଓଡିଶାର  ରକ୍ତ ଦାନ  ଶିବିର : ୪୪ ୟୁନିଟ ରକ୍ତ ସଂଗ୍ରହ … 

ନିଶ୍ଚିତକୋଇଲି(ସମୃଦ୍ଧ ଓଡିଶା) ବିଶ୍ଵ ରକ୍ତ ଦାତା  ଦିବସ ଉପଲକ୍ଷେ  ‘ମନ କିଣି ନେଲା କଳା ଠାକୁର ଗ୍ରୁପ୍’ ଓଡିଶା, ବ୍ଲଡ ଡୋନରସ ଫର ଲାଇଫ ସେଭର୍ସ  ଓ ରେଡ଼ କ୍ରସର ମିଳିତ ସହଯୋଗରେ ନିଶ୍ଚିତକୋଇଲି ବ୍ଲକ ଅନ୍ତର୍ଗତ କେରିଲୋ ଗ୍ରାମ ପଞ୍ଚାୟତ ସ୍ଥିତ ” ହରଚଣ୍ଡୀ ଉଚ୍ଚ ବିଦ୍ୟାପୀଠ” ପ୍ରାଙ୍ଗଣରେ  ଗ୍ରୀଷ୍ମ ୠତୁ ରେ ରକ୍ତ  ଭଣ୍ଡାରରେ   ରକ୍ତ ଅଭାବକୁ  ଦୂର କରିବା  ନିମନ୍ତେ  ଏକ ରକ୍ତଦାନ ଶିବିର  ଆୟୋଜନ କରାଯାଇଥିଲା।”ମନ କିଣି ନେଲା କଳା ଠାକୁର ଗ୍ରୁପ ଓଡିଶା” ର ପ୍ରତିଷ୍ଠାତା ଜିତନ କୁମାର ଭୁକ୍ତା, ସଭାପତି  ଶିବ ପ୍ରସାଦ ସାମଲ,ଉପସଭାପତି  ବିଜୟ କୁମାର ଦାସ,ସମ୍ପାଦକ  ଗଗନ ମହାପାତ୍ର,କୋଷାଧ୍ୟକ୍ଷ ସାଗର ବେହେରା,ରଶ୍ମିରଞ୍ଜନ ସ୍ୱାଇଁ ଏବଂ ଜ୍ଞାନ ରଞ୍ଜନ ରାଉତ ଓ ଗ୍ରୁପ୍ ର ଅନ୍ୟ କର୍ମୀମାନେ ରକ୍ତ ସଂଗ୍ରହରେ  ସହଯୋଗ କରିଥିଲେ ।ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ ନିଶ୍ଚିନ୍ତକୋଇଲି ବ୍ଲକର ପୂର୍ବତନ ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ଗିରିଶ ରଞ୍ଜନ ମହାପାତ୍ର , କେରିଲୋ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମଲ୍ଲିକ ଓ ନକ୍ଷତ୍ର ନିଉଜ୍ ର ରିପୋଟର ଆଶିଷ କୁମାର ପଣ୍ଡା ଯୋଗ ଦେବା ସହ ରକ୍ତଦାନ କରିଥିଲେ।  ସେଣ୍ଟ୍ରାଲ ରେଡକ୍ରସ ବ୍ଲଡ ବ୍ୟାଙ୍କ କଟକ ର  ଡାକ୍ତର  ଚନ୍ଦ୍ରିକା ପ୍ରସାଦ ଦାସ  ଏହି  ରକ୍ତଦାନ ଶିବିରରେ   ଯୋଗଦେଇ  ରକ୍ତ ଦାନ  କଲେ  କିପରି  ଜଣେ ଅସହାୟ ଲୋକକୁ   ଆସନ୍ନ ମୃତ୍ୟୁ ମୁଖରୁ ଉଦ୍ଧାର କରାଯାଇ ପାରିବ ଏଭଳି ଯେ ଅନ୍ୟକୁ  ବଂଚେଇବାର  ମହତ  କାମ କରି ଥାଏ  ତାହା ଉପରେ ମନ୍ତବ୍ୟ  ରଖିଥିଲେ I ସେଣ୍ଟ୍ରାଲ ରେଡକ୍ରସ ବ୍ଲଡ ବ୍ୟାଙ୍କ  କଟକର ଟେକ୍ନିସିଆନମାନେ ଏହି  ରକ୍ତ ଦାନ ଶିବିରରେ  ଯୋଗ ଦେଇ  ଚଉରାଳିଶଟି ଯୂନିଟ  ରକ୍ତ ସଂଗ୍ରହ  କରିଥିଲେ I