ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଅନନ୍ତରାମ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ଓ ପ୍ରତିମୂର୍ତ୍ତି ଉନ୍ମୋଚିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ରାୟାଁ ରାମଚନ୍ଦ୍ରପୁର ଗ୍ରାମର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଅନନ୍ତରାମ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ବାଲେଶ୍ୱରର ଜନପ୍ରିୟ ନେତା, ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ଇଞ୍ଜିନିୟର ରବିନ୍ଦ୍ର କୁମାର ଜେନା ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କର ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରି ସ୍ଵର୍ଗତ ଦାସଙ୍କ ଅମର ଆତ୍ମା ଉଦ୍ଦେଶ୍ୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହିତ ସଦଗତି କାମନା କରିଥିଲେ ଓ ସ୍ଵର୍ଗତ ଦାସ ଜଣେ ସରଳ ସଚ୍ଚୋଟ ଓ ପରୋପକାରୀ ଦରଦୀ ମଣିଷ ଭାବେ ନିଜକୁ ଉତ୍ସର୍ଗ କରିଥିଲେ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ବାଲେଶ୍ୱର ଜିଲ୍ଲା ବିଜେଡି ସାଙ୍ଗଠନିକ ସମ୍ପାଦକ ବରଦା ପ୍ରସନ୍ନ ପଟ୍ଟନାୟକ, ଜଳେଶ୍ଵର ଜ୍ଞାନ ବିକାଶ ଶିଳ୍ପ ତାଲିମ କେନ୍ଦ୍ରର ନିର୍ଦେଶକ ତଥା ୯ ନମ୍ବର ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଲେଲିନ କୁମାର ପ୍ରଧାନ, ସିମନ ଦାସ ମହାପାତ୍ର, ଜଳେଶ୍ଵର ବରିଷ୍ଠ ବିଜେଡି ନେତା ଭୂପତି ଚରଣ ମିର୍ଦ୍ଧା, ମଧୁସୂଦନ ସେନାପତି, ସାବିତ୍ରୀ ଦାସ, କାଳିଚରଣ ଦାସ, ମଧୁସୂଦନ ଦତ୍ତ, ଗୋବିନ୍ଦ ସାହୁ, ବରିଷ୍ଟ ସାମ୍ବାଦିକ ସୁକୁମାର ରଣା, ଭୂପତି ପରିଡ଼ା, ମହିଳା ନେତ୍ରୀ ଆରତୀ ଦାସ, ବିଶ୍ୱନାଥ ଦାସ ମହାପାତ୍ର, ସୁରେନ୍ଦ୍ର ନାଥ ପାଳ, ରାଧାଶ୍ୟାମ ନାଥ, ସପନ କୁମାର ଦାସ, ସରୋଜ ରାଉଳ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ସ୍ୱର୍ଗତ ଦାସଙ୍କ  ପୁତ୍ରବଧୂ ସରପଞ୍ଚ ଶୁଭସ୍ମିତା ଦାସ ଓ ଧର୍ମପତ୍ନୀ ରୁକ୍ମିଣୀ ଦାସ, ୩ ପୁତ୍ର ପ୍ରଦୀପ କୁମାର ଦାସ, ଦିଲ୍ଲୀପ କୁମାର ଦାସ ଓ ସମାଜସେବୀ ପ୍ରବୀର କୁମାର ଦାସ ଏବଂ ସପରିବାର, ବନ୍ଧୋବାନ୍ଧବ ଇଞ୍ଜିନିୟର ଶ୍ରୀଯୁକ୍ତ ଜେନାଙ୍କୁ ଉପଢୌକନ ସହିତ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ । 

ରିପୋର୍ଟ : ଭୂପତି ପରିଡା