ବିଶିଷ୍ଟ ଶିକ୍ଷାବିତ ତଥା ଆଧ୍ୟାତ୍ମବାଦୀ ଅଧ୍ୟାପକ ସ୍ୱର୍ଗତ ଜୟନ୍ତ କୁମାର ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ବିଶିଷ୍ଟ ଶିକ୍ଷାବିତ ଅଧ୍ୟାପକ ସ୍ୱର୍ଗତ ଜୟନ୍ତ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ଜଳେଶ୍ଵର ଦିଗମ୍ବରୀ ଦେବୀ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିକ୍ଷାନୁଷ୍ଠାନର ସମୁହ ଶିକ୍ଷକ, ଶ୍ରମିକ କର୍ମଚାରୀ ସମନ୍ୱୟ ସମିତି ଜଳେଶ୍ଵର ଦ୍ଵାରା ଶ୍ରଦ୍ଧାଞ୍ଜଳି ସଭାରେ ଦିଲ୍ଲିପ କୁମାର ଗିରି ସଭାପତିତ୍ୱ କରିଥିବା ବେଳେ ଉଦେଶ୍ୟଜ୍ଞାପନ ଓ ପ୍ରାରମ୍ଭିକ ସୂଚନା ଦେଇଥିଲେ ଓଷ୍ଟା ଜଳେଶ୍ଵର ସମ୍ପାଦକ ଡ.ଅଜିତ କୁମାର ମହାନ୍ତି । ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ଵର ଓଷ୍ଟାର ସମ୍ପାଦକ ମନୋରଞ୍ଜନ ଦାସ, ଓଷ୍ଟା ଯୁଗ୍ମ ସମ୍ପାଦକ ଅକ୍ଷୟ କୁମାର ମିଶ୍ର ଓ ଦୀପ୍ତିମାନ ଆଚାର୍ଯ୍ୟ, ଶିଶିର କୁମାର ହୁଇ, ସାମ୍ବାଦିକ ସୁକୁମାର ରଣା, ଅଧ୍ୟାପକ ଦୂର୍ଗେଶ କୁମାର ନାଏକ, ସୁଶାନ୍ତ କୁମାର  ଦାସ, ଅକ୍ଷୟ କୁମାର ଜେନା, ବରିଷ୍ଟ ଆଇନଜୀବି ଜିତାଂଶୁ ଶେଖର ନନ୍ଦୀ, ଶାନ୍ତିଆ ଗ୍ରାମ୍ୟମୁଖ୍ୟ ସିତାଂଶୁ ଶେଖର ନନ୍ଦୀ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ହୋଇ ସ୍ୱର୍ଗତ ଜୟନ୍ତ କୁମାର ଦାସଙ୍କ ଜୀବନର ଗୁଣାବଳି ବିଷୟରେ ବର୍ଣ୍ଣନା କରି ତାଙ୍କର ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଓ ରଞ୍ଜନ କୁମାର ଦେ ସହଯୋଗ କରିବା ସହିତ ଅନୁଷ୍ଠାନର ମୁଖ୍ୟ ଶ୍ରୀମତୀ ମଧୁଛନ୍ଦା ମହାନ୍ତି, ଅଂଶୁମାନ ମହାନ୍ତ, ଡ. ଶ୍ରୀକୁମାର, ଅମିତା ଜେନା ପ୍ରମୁଖ ସହଯୋଗ ସହିତ ଶ୍ରଦ୍ଧାଞ୍ଜଳି ଦେଇ ଥିଲେ । ଶେଷରେ ମୁନିସିପାଲିଟିର ଉଦ୍ଦିୟମାନ ଯୁବକ ଓ ସମାଜସେବୀ ସ୍ୱର୍ଗତ ମାନସ ପାଠୀଙ୍କ ଆତ୍ମାର ସଦଗତି ନିମନ୍ତେ ୧ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା ।  

ରିପୋର୍ଟ : ଭୂପତି କୁମାର ପରିଡା