ବିଶାଖାପାଟଣାରେ ମ୍ୟାଲେରିଆ ଓ ଡେଙ୍ଗୁ ଜ୍ଜର ବ୍ୟାପିଛି

ଜନସଚେତନତା ପାଇଁ ଜିଲ୍ଲାପାଳଙ୍କ ଭୂମିକା ପ୍ରଶଂସନୀୟ

ବିଶାଖାପାଟଣା : ଜିଳ୍ଲାପାଳ ପ୍ରବୀଣ କୁମାର ମଶା ଯୋଗୁଁ ବ୍ୟାପୁଥିବା ଡ଼େଙ୍ଗୁ ଜ୍ଜର ଉପରେ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରାଉଛନ୍ତି . ସାଥିରେ ସମସ୍ତ ସଂପୃକ୍ତ ଅଧିକାରୀମାନଙ୍କୁ ନେଇ ସହରର ବିଭିନ୍ନ ସ୍ଥାନରେ ଜନସାଧାରଣ କିପରି ମଶା କାମୁଡାରୁ ରକ୍ଷା ପାଇପାରିବେ ଓ ଡେଙ୍ଗୁ ଭଳି ମାରାତ୍ମକ ଜ୍ଜରରୁ ଉଦ୍ଧାର ପାଇବେ ସେ ନେଇ ସୂଚନା ଦେଉଛନ୍ତି . ଗତ କିଛି ସପ୍ତାହ ଭିତରେ 342 ମାଲେରିଆ,898 ଡେଙ୍ଗୁ ଓ 19 ଚିକେନଗୁନିଆ ରୋଗି ଚିହ୍ନଟ କରାଯାଇଥିବା ସରକାରୀ ଭାବେ ରିପୋର୍ଟ ହୋଇଛି . ବିଭିନ୍ନ ସରକାରୀ ବେସରକାରୀ ହସ୍ପିଟାଲ ମାନନ୍ଙ୍କରୁ ଏହି ତଥ୍ୟ ହସ୍ତଗତ ହୋଇଥିବା ଜିଲ୍ଲାପାଳ କହିଛନ୍ତି ଟିଡ଼ିପି କଲୋନୀ, ଆମ୍ବେଦକର କଲୋନୀ, ପ୍ରକାଶ କଲୋନୀ, ଗାଜୁଆକା, କାଂଚରପାଲାମ, ଜ୍ଞାନପୁରମ ଓ ଆଲିପୁରମ ଅଂଚଳରେ ଡେଙ୍ଗୁ ଓ ମାଲେରିଆ ପ୍ରଭାବ ବୃଦ୍ଧି ପାଇଥିବା ରିପୋର୍ଟ ମିଳିଛି ବୋଲି ଜିଲ୍ଲାପାଳ କହିଥିଲେ . ଏ ସମ୍ପର୍କରେ ସତର୍କ ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିଁର୍ଧେଶ ଦେଇଛନ୍ତି ଓ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି .