ବିଭିନ୍ନ ୱାର୍ଡର ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କଲେ ବିଧାୟକ ଓ କମିଶନର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରର ବିଭିନ୍ନ ୱାର୍ଡ ବୁଲି ଉନ୍ନୟନ ମୂଳକ କାର୍ଯ୍ୟାର ତଦାରଖ କଲେ ବିଧାୟକ ବିକ୍ରମ କୁମାର ପଣ୍ଡା ଓ ମହାନଗର ନିଗମ କମିଶନର ଡ.ସିଦ୍ଧେଶ୍ବର ବଳିରାମ ବୋନ୍ଦର । ପୂର୍ବାହ୍ନରେ ସହରର ବିଭିନ୍ନ ୱାର୍ଡ ବୁଲି ବିଭିନ୍ନ ସ୍ଥାନରେ ନିର୍ମାଣ ହେବାକୁ ଥିବା ଉନ୍ନୟନ କାର୍ୟ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଥମେ ୱାର୍ଡ ନମ୍ୱର୍‌ ୧ରେ ଥିବା ଶାନ୍ତି ନଗର ହରିଡାଖଣ୍ଡି ବନ୍ଧ, ହରିଡାଖଣ୍ଡି ମାଛ ବଜାର, ପରେ ଆସ୍କା ରୋଡ୍ ପାଣିଟାଙ୍କି ପଛ ପାର୍ଶ୍ୱ କଲ୍ୟାଣ ମଣ୍ଡପ, କପିଳେଶ୍ୱର ମନ୍ଦିର ରାସ୍ତା ଡ୍ରେନ୍, ୱାର୍ଡ ୨୪ ଅନ୍ତର୍ଗତ ବିଜିପୁର ପରିବା ମାର୍କେଟ, କେ.ସି ହାଇସ୍କୁଲ ଗ୍ରାଉଣ୍ଡ ସମେତ ବିଭିନ୍ନ ୱାର୍ଡକୁ ଯାଇ ଲୋକମାନଙ୍କ ସହ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ । ବିଶେଷ କରି ମାଛ ମାର୍କେଟ ଗୁଡିକର ଉନ୍ନତି କରାଯିବା ସହ ବିଭିନ୍ନ ପରିବା ବଜାର ନିକଟରେ ଭିଡକୁ ଦୂର କରିବା ପାଇଁ ଗାଡି ପାର୍କିଂ କରାଯିବ ସେ ନେଇ ସ୍ଥିର ହୋଇଥିବା ବିଏମସି କମିଶନର କହିଛନ୍ତି । ବିଭିନ୍ନ ୱାର୍ଡ ପରିଦର୍ଶନ ବେଳେ ବିଏସିର ସମସ୍ତ ଅଧିକାରୀ ତଥା ଇଞ୍ଜିନିୟର ଉପସ୍ଥିତ ରହିଥିଲେ । ୩ କୋଟି ଟଙ୍କାର ହାଇଜେନିକ ମାଛ ମାର୍କେଟ୍‌ ନିର୍ମାଣ ଚାଲିଛି । ସେହିଭଳି ଅନ୍ୟାନ୍ୟ ଉନ୍ନୟମ ମୂଳକ କାର୍ଯ୍ୟର ତଦାରଖ କରାଯାଇଛି । ଲୋକମାନଙ୍କ ସମସ୍ତ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କମିଶନର ବୋନ୍ଦର କହିଥିବା ଜଣାପଡିଛି ।