ବିଭିନ୍ନ ସ୍ଥାନରେ ଗୋପବନ୍ଧୁଙ୍କ ୯୪ତମ ଶ୍ରାଦ୍ଧ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ଗୋପବନ୍ଧୁ ସୃତି ସଂସଦ ପକ୍ଷରୁ ବ୍ଳକ ବାଜରଠାରେ ୯୪ତମ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି । ଗୋପବନ୍ଧୁ ଦାସ ଜଣେ ସ୍ୱାଧିନତା ସଂଗ୍ରାମୀ, ରାଜନିତିଜ୍ଞ, ଶିକ୍ଷାବିତ୍‌, ସଂଗଠନ, ଲେଖକ, ନେଅତିକ ମୂଲ୍ୟବୋଧର ଅନ୍ୟତମ ବିନ୍ଧାଣୀ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ଜଳେଶ୍ୱରରେ ଗୋପବନ୍ଧୁ ପ୍ରତିମୂତ୍ତି ନ ଥିବାରୁ କ୍ଷୋଭ ପ୍ରକାଶ କରି ସମାଜ କାର୍ଯ୍ୟାଳ ପକ୍ଷରୁ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ତାହା ଯୋଗାଇ ଦେବାର ଅଂଗୀକାର କରିଥିବାରୁ ତାଙ୍କୁ କୃତଜ୍ଞତା ଜଣାଯାଇଥିଲା । ଆମ୍ବେଦକର ବିଚାରମଞ୍ଚ, ବରିଷ୍ଠ ନାଗରିକ ମଞ୍ଚ ସଂସ୍କା ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ଦିଲ୍ଲିପ ଗିରିଙ୍କ ସଭାପତିତ୍ୱରେ ଶିଶିର ହୁଇ, ସିତାଂଶୁ ସେନାପତି, ସମୀର ପାତ୍ର, ଅଶୋକ ଜେନା, ଭାଷ୍କର ମିଶ୍ର, ସୁବ୍ରତ ବେରା, ସିଦ୍ଧେଶ୍ୱର ପଣ୍ଡା, ନିରୋଜ ବେହେରା, ଜିତାଂଶୁ ନନ୍ଦି, ସଂଗ୍ରାମ ଜେନା, ଅଜୟ ପଲାଇ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଗଣେଶ ମାଇତି ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପୂର୍ଣ୍ଣତିଥି ପାଳିତ ହୋଇ ଯାଇଛି । ଏଥିରେ କମଳଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ । ବିଦ୍ୟାଳୟର ନିର୍ଦ୍ଦେଶକ କପିଳେଶ୍ୱର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜିର ଯୁବ ସମାଜ ଗୋପବନ୍ଧୁଙ୍କ ଆଦର୍ଶନ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅରୁଣ କୁମାର ବେଜ, ଫାଲଗୁନୀ ପାଣିଗ୍ରାହୀ, ମନୋରଂଜନ ଦାସ, ସୂର୍ଯ୍ୟନାରାୟଣ ମହାପାତ୍ର, ଜଗନ୍ନାଥ ଗୋଚ୍ଛାୟତ, ବାସୁଦେବ ପରିଡା, ଧରିତ୍ରୀରାଣୀ ଦେ, ଲୁପାମୁଦ୍ର ପରିଡା, ସୁଚିସ୍ମିତା ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିବା ବେଳେ ଅଜୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି ପରିଡା