ବିଭିନ୍ନ ଦାବି ନେଇ ସିପିଏମ ପକ୍ଷରୁ ପ୍ରତିବାଦ କାର୍ଯ୍ୟକ୍ରମ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସୀତାରାମ ୟେଚୁରୀ ଓ ଶିକ୍ଷାବିତମାନଙ୍କୁ ଦିଲ୍ଲୀ ଦଙ୍ଗାରେ ସମ୍ପୃକ୍ତ କରିବା ଚକ୍ରାନ୍ତ ବନ୍ଦ କରିବା ଦାବିରେ ସିପିଏମ ପକ୍ଷରୁ କମାପଲି ଛକଠାରେ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀ ଦଙ୍ଗାରେ ସମ୍ପୃକ୍ତ ଦଳୀୟ ନେତାମାନଙ୍କୁ ମୁକୁଳାଇବା ପାଇଁ ଗୃହ ମନ୍ତ୍ରୀଙ୍କର ବିରୋଧୀଙ୍କ ନାମ ଯୋଡିବା ହୀନ ଚକ୍ରାନ୍ତକୁ ଦଳ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । କରୋନାଠାରୁ କର୍ମସଂସ୍ଥାନ ପର୍ଯ୍ୟନ୍ତ ସର୍ବତ୍ର ବିଫଳ ହୋଇଥିବା କେନ୍ଦ୍ର ସରକାର ବିରୋଧୀଙ୍କ ଉପରେ ମିଥ୍ୟା ମକଦ୍ଦମା ଲଗାଇ କଣ୍ଠରୋଧା କରିବା କାର୍ଯ୍ୟରୁ ନିବୃତ ରହିବା ପାଇଁ ସତର୍କ କରାଇଥିଲେ । ଦେଶର ଏକତା ସମ୍ବିଧାନର ସୁରକ୍ଷା ଓ ଜନସାଧାରଣଙ୍କ ଜୀଵନ ଜୀବିକାର ସୁରକ୍ଷା ପାଇଁ ସିପିଏମ ଲଢ଼େଇ ଜାରି ରଖିବ ବୋଲି ବିକ୍ଷୋଭକାରୀମାନେ ଉଲ୍ଲେଖ କରିଥିଲେ । ଆଜିର ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସିପିଏମ ନେତା ଯୁଧିଷ୍ଠିର ବେହେରା ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ସିପିଏମ ନେତା ବସନ୍ତ ନନ୍ଦ, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ବାବୁଲା ନାୟକ, ପଞ୍ଚାନନ ଜେନା, ଅଶୋକ ଦାଶ, ହରି ନାହାକ, ଚିଟିବାବୁ, ନୃଶିହ ବ୍ରହ୍ମା, ଲକ୍ଷ୍ମଣ ନାୟକ, ଲୋକନାଥ ରଥ, ଗୋପାଳ ପାଣିଗ୍ରାହୀ, ଗୌର ସାହୁ ଗୋପାଳ ମହାନ୍ତି ପ୍ରମୁଖ ନେତୃତ୍ୱ ନେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା