ବିଭିନ୍ନ ଦାବିରେ ବୁଗୁଡା ନୟାଗଡ଼ ରାସ୍ତାକୁ ଅବରୋଧ କଲେ ଗ୍ରାମବାସୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ ଅନ୍ତର୍ଗତ ଆଦିପୁର, ବରଡିପଲୀ ଓ ରାମଚନ୍ଦ୍ରପୁର ଗ୍ରାମର ଶତାଧିକ ଗ୍ରାମବାସୀ ଆଜି ଏକତ୍ରୀତ ହୋଇ ବୁଗୁଡା ନୟାଗଡ଼ ରାସ୍ତାକୁ ଅବରୋଧ କରିଥିଲେ । ତାଙ୍କରି ଦାବି ଥିଲା ଏହି ଯେ ସେମାନେ ହେଉଛନ୍ତି ବୁଗୁଡାରେ ଅଧିଷ୍ଠିତ ଥିବା ବିରଞ୍ଚିନାରାୟଣ ମଠର ଖୁଣ୍ଟକଡା ରଈତ ଚାଷୀ ଯାହାକି ସେମାନେ ଶହ ଶହ ବର୍ଷ ଧରି ବିରଞ୍ଚି ନାରାୟଣଙ୍କ ଜମିକୁ ଚାଷ କରି ଆସୁଛନ୍ତି । ଏହି ଜମିକୁ ଏହି ଚାଷୀମାନଙ୍କ ନାମରେ ପଟା କରିବା ଓ ତାଙ୍କୁ ନ ପଚାରି ବିନା ପଲ୍ଲୀସଭାରେ ଉକ୍ତ ମଠର ମହନ୍ତ ଅନ୍ୟକୁ ବିକ୍ରି କରିବା ବନ୍ଦ କରିବା । ବୁଗୁଡା ତହସିଲଦାର, ବିଡ଼ିଓ ଓ ଆଇଆଇସି ଆସି ଏହାର ଯଥାଶିଘ୍ର ସମାଧାନ କରିବା ପାଇଁ ବୁଝାବୁଝି କରିବାର ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀମାନେ ରାସ୍ତା ଅବରୋଧରୁ ଉଠିଥିଲେ ବୋଲି ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା