ବିବେକାନନ୍ଦଙ୍କ ୧୫୯ତମ ଜୟନ୍ତୀ ପାଳିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ବିବେକାନନ୍ଦଙ୍କ ୧୫୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ନିଜ ଜୀବନର ୪୦ ବସନ୍ତ ପାର କରି ପାରି ନ ଥିବା ବିବେକାନନ୍ଦଙ୍କ ବାଣୀ ଆଜି ବିଶ୍ୱର ୪ ଶହ ଦେଶରେ ଗୁଞ୍ଜରିତ ହେଉଅଛି । ଆଜିର ବିଶ୍ୱରେ ବିବେକାନନ୍ଦଙ୍କ ବାଣୀର ଆବଶ୍ୟକତା ଓ ଗୁରୁତ୍ବକୁ ସମସ୍ତେ ଅନୁଭବ କରୁଛନ୍ତି ବୋଲି ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଛତ୍ରପୁରର ବିବେକାନନ୍ଦ ଯୁବ ସମାଜର ଅଧ୍ୟକ୍ଷ ସୁଧିର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଅତିରିକ୍ତ ଗଞ୍ଜାମ ଜିଲ୍ଲାପାଳ କବିନ୍ଦ୍ର ସାହୁ, ମୁଖ୍ୟ ବକ୍ତାଭାବେ ଛତ୍ରପୁର ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର ବେହେରା ଯୋଗ ଦେଇଥିବା ବେଳେ ଛତ୍ରପୁର କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ, ଅନସ୍ଲୋ ଶିକ୍ଷାନୁଷ୍ଠାନର ବରିଷ୍ଠ ଶିକ୍ଷକ ବାଉରିବନ୍ଧୁ ପଣ୍ଡା, ପୂର୍ବତନ ଏନଏସି ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା, ଜାତୀୟ ଯୁବ ପୁରସ୍କାର ବିଜେତା ସମାଜସେବୀ ଅରୁଣ ଶତପଥୀ, ଅନସ୍ଲୋ ଆଲୁମନି ସମ୍ପାଦକ ଶ୍ରୀକାନ୍ତ ମହାନ୍ତି ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା