ବିପଦପୂର୍ଣ୍ଣ ଅବସ୍ଥାରେ ରାୟଗଡ଼ା ଓଭର ବ୍ରିଜ : ଚାରିମାସ ନ ପୂରୁଣୁ ରାସ୍ତାରୁ ଉଠୁଛି ପିଚୁ…

ରାୟଗଡ଼ା (ସମୃଦ୍ଧ ଓଡିଶା) ମରାମତି କାମକୁ ଚାରିମାସ ନ ବିତୁଣୁ ଖାଲଖମାରେ ପରିପୂର୍ଣ୍ଣ ହେଲାଣି ଓଭର ବ୍ରିଜ । ଜାତୀୟ ରାଜ ପଥ ବିଭାଗର ପକ୍ଷରୁ ଏଭଳି ଚାଲିଛି ତାଳି ପକା ମରାମତି କାମ । ଗତ ମାର୍ଚ୍ଚମାସରେ ୧୫ଲକ୍ଷଟଙ୍କା ବ୍ୟାୟରେ ଟେଣ୍ଡର ଡକାଯାଇ ଠିକାଦରୁଙ୍କୁ ମରାମତି ନିମନ୍ତେ ଅନୁମତି ଦିଆଯାଇଥିଲା । କିନ୍ତୁ ଉଦବେଗର ବିଷୟ ବର୍ଷା ନସରୁଣୁ ରାସ୍ତାରୁ ପିଚୁ ଉପୁଡି ବଡବଡ ଗର୍ତ୍ତ ସୃଷ୍ଟି ହେଲାଣି । କେଉଁଭଳି ଭାବରେ ଠିକାର ବ୍ରିଜକୁ ମରମତି କାର୍ଯ୍ୟ କରିଥିଲେ ଓ ବିଭାଗୀୟ ଯନ୍ତ୍ରୀ କିଭଳି ଠିକାଦରଙ୍କ ଏଭଳି ନିନ୍ନମାନର କାମକୁ ପ୍ରଶ୍ରୟ ଦେଉଛନ୍ତି ତାହା ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଉଛି । ଲକ୍ଷାଧିଟଙ୍କା ଖର୍ଚ୍ଚ ହେଉଛି ପ୍ରତିବର୍ଷ ମୌସୁମୀ ଆରମ୍ଭରେ ହେଉଛି ମରାମାତୀ କାର୍ଯ୍ୟ । ହେଲେ ଦୀର୍ଘସ୍ଥାୟୀ ବଦଳରେ ମାତ୍ର ଦୁଇ ତିନମାସରେ ଖଲଖମାରେ ପରିପୂର୍ଣ୍ଣ ହୋଇପଡୁଛି । ସେପଟେ ବିଭାଗୀୟ ଅଧିକାରୀଙ୍କ ପ୍ୟାଜ ପକା କାମ କିଭଳି ହେଉଛି ସେଥିପ୍ରତି ସହରବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଶିଳ୍ପାଞ୍ଚଳ ଜିଲ୍ଲା ରାୟଗଡ଼ାର ଜୀବନରେଖା ପାଲିଥିବା ସହରସ୍ଥିତ ୩୨୬ ନଂ ଜାତୀୟ ରାଜପଥ ରେଳ ଫ୍ଲାଏଓଭର ବ୍ରୀଜ ସହରବାସୀନ୍ଦାଙ୍କୁ ବର୍ଷା ଆରମ୍ଭରୁ ଯନ୍ତ୍ରଣା ଦେଉଛି । ରାୟଗଡ଼ା ଜିଲ୍ଲାକୁ ପଡୋଶୀ ଆନ୍ଧ୍ରା ଓ ଦକ୍ଷିଣ ଓଡିଶାକୁ ସଂଯୋଗ କରୁଥିବା ଏକମାତ୍ର ମାଧ୍ୟମ ପାଲିଟିଥିବା ଏହି ବ୍ରିଜ ବିଗତ ୧୯୯୮ ମସିହାରେ ପୂର୍ତ୍ତି ବିଭାଗ ଦ୍ୱାରା ନିର୍ମାଣ କାର୍ଯ୍ୟ ସମ୍ପାଦନ ହୋଇଥିଲା । ସମୟକ୍ରମେ ଜିଲ୍ଲାର ଲାଇଫ ଲାଇନ ରୂପେ ବିବେଚିତ ଏହି ଓଭରବ୍ରିଜ ଜିଲ୍ଲାର ଗୁରୁତ୍ୱ ପୂର୍ଣ୍ଣ ଆର୍ଥୀକ ମେରୁଦଣ୍ଡ ଭାବେ ପରିଣତ ହୋଇଛି । ପ୍ରତିଦିନ ମାତ୍ରାଧିକ ଯାନବାହନ ଏହି ଓଭର ବ୍ରୀଜ ଦେଇ ଗତି କରୁଥିବାସ୍ଥଳେ ଏହାର ସୁରକ୍ଷା ଏବଂ ମରାମତି ଦାୟିତ୍ୱରେ ରହିଥିବା ରାଜପଥ କତ୍ତୃପକ୍ଷ ତାଳି ପକା କାମ କରି ନିଜ ଦାୟିତ୍ୱା ଛାଡି ଦେଉଥିବା ଅଭିଯୋଗ ହେଉଛି । ତେବେ ଦୀର୍ଘ ୨୧ବର୍ଷରୁ ନିରନ୍ତର ରାୟଗଡ଼ା ସହରର ଟ୍ରାଫିକ ଭାର ସମ୍ଭାଳୁଥିବା ଏହି ବ୍ରିଜ ଉପରେ କ୍ଷମତା ଲୋଡଠାରୁ ଉର୍ଦ୍ଧ୍ୱ ଭାରିଯାନ ବିନା କୌଣସି କଟକଣାରେ ଯାତାୟତ କରୁଛି । ଫଳରେ ବ୍ରୀଜଟି ଖାଲଖମାରେ ପରିପୂର୍ଣ୍ଣ ହେବା ସଙ୍ଗେସଙ୍ଗେ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ ବିପଦ ସଂକୁଳ ଅବସ୍ତାକୁ ମୁହାଁଉଥିବା ଦେଖିବାକୁ ମିଳୁଛି । ସମ୍ପ୍ରତି ଏ ନେଇ ଜାତୀୟ ରାଜପଥ କନିଷ୍ଠ ଯନ୍ତ୍ରୀ ବ୍ରଜକିଶୋର ସିଂଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଲଗାଣ ବର୍ଷା ଯୋଗୁଁ ଉକ୍ତ ବ୍ରିଜରେ ପକାଯାଇଥିବା ସେମେନ୍ଟ କଂକ୍ରିଟ ଓ ପିଚୁ ଉପୁଡି ଯାଇଛି । ବିଗତ କିଛିଦିନ ତଳେ ମରାମତି କରାଯାଇଥିବାରୁ ସମ୍ପୃକ୍ତ ଠିକାଦରଙ୍କୁ ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଛି। ତେଣୁ ଏହାକୁ ପୁନଃ ମରାମତି କରାଯିବ ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି ।