ବିନା ପ୍ରଶିକ୍ଷଣରେ ଅସାଧାରଣ ଚିତ୍ରକଳା ଆଙ୍କି ଚର୍ଚ୍ଚାରେ ଯୁବକ…

ଶେରଗଡ଼ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କଳା, ସଂସ୍କୃତି ପାଇଁ ପୁରାତନ କାଳରୁ ବେଶ୍ ଗର୍ବିତ । ବିଭିନ୍ନ କଳାର ଅଧିକାରୀ ବ୍ୟକ୍ତିତ୍ବଙ୍କ ଯୋଗୁଁ ବିଭିନ୍ନ ସମୟରେ ଜିଲ୍ଲାର ସୁନାମ ରହିଆସିଛି । ସେଭଳି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗୋଠଗାଁ ଗ୍ରାମର କୃଷ୍ଣଚନ୍ଦ୍ର ସ୍ୱାଇଁଙ୍କ ଜ୍ୟେଷ୍ଠ ପୁତ୍ର ପ୍ରମୋଦ କୁମାର ସ୍ୱାଇଁ(୨୨) ପେନସିଲ ମୁନରେ ନିଖୁଣ ଚିତ୍ରକଳା ମାଧ୍ୟମରେ ଅଞ୍ଚଳରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ମଧ୍ୟବିତ୍ତ ପରିବାରରେ ଜନ୍ମିତ ପ୍ରମୋଦ ପିଲାଟି ଦିନରୁ ଚିତ୍ର ପ୍ରତି ଦୁର୍ବଳତା ରହି ଆସୁଥିଲା । ବିଭିନ୍ନ ପ୍ରତିଯୋଗୀତାରେ ସାମିଲ ହୋଇ ଅଳ୍ପ ବହୁତ ପ୍ରଶଂସା ସାଉଁଟିବାରେ ସକ୍ଷମ ହୋଇ ପାରିଥିଲେ । କିନ୍ତୁ ପ୍ରମୋଦଙ୍କ ପ୍ରତିଭା ଗାଁରେ ହିଁ ସୀମିତ ରହିଥିଲା । ତେବେ କଙ୍କୋରଡା ସ୍ଥିତ ବିଜ୍ଞାନ ମହାବିଦ୍ୟାଳୟରେ କଳାର ରାଜନୀତି ବିଜ୍ଞାନ ବିଭାଗରେ ସ୍ନାତକ ସରିବା ପରେ କୌଣସି ସହଯୋଗ ନପାଇ ଅବସରରେ ସମୟରେ ନିଜ କଳା ବିକଶିତ କରିବାରେ ଲାଗିଛନ୍ତି । ପାଖପାଖି ଅଞ୍ଚଳର ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଏଭଳି ଚିତ୍ରକଳା ଆଙ୍କି ବିଭିନ୍ନ ସମୟରେ ନିଜର ଲୁକାୟିତ ପ୍ରତିଭା ଧିରେଧିରେ ପ୍ରସ୍ପୁଟିତ ହେବାରେ ଲାଗିଛି । ତତ୍ ସହିତ ବିନା ପ୍ରଶିକ୍ଷଣରେ ଏଭଳି ନିଖୁଣ, ଚମତ୍କାର ଚିତ୍ରକଳା ଯୋଗୁଁ ଅଞ୍ଚଳରେ ବେଶ୍ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି । ତେବେ ଆଗାମୀ ଦିନରେ କଳାକ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଲକ୍ଷ୍ୟ ଥିବା ପ୍ରମୋଦ ମତବ୍ୟକ୍ତ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା