ବିଧାୟକଙ୍କ ହାତପାଣ୍ଠି ୩ କୋଟିକୁ ବଢ଼ିଲା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟରେ ବିଧାୟକମାନଙ୍କ ହାତ ପାଣ୍ଠିକୁ ବୃଦ୍ଧି କରାଯାଇଛି । ପୂର୍ବରୁ ବିଧାୟକଙ୍କ ହାତପାଣ୍ଠି ୧ କୋଟି ଥିବାବେଳେ ଏହାକୁ ବୃଦ୍ଧି କରାଯାଇ ୩ କୋଟି କରାଯାଇଛି । ଏହି ଅର୍ଥ ମଧ୍ୟରୁ ବିଧାୟକମାନେ ୨ କୋଟି ଟଙ୍କା ସାଧାରଣ ଉନ୍ନୟନ କାର୍ଯ୍ୟରେ ବିନିଯୋଗ କରିପାରିବେ । ମଙ୍ଗଳବାର ବିଧାନସଭାରେ ବଜେଟ ଉପସ୍ଥାପନ ସମୟରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର