ବିଧାୟକଙ୍କ ମାତୃବିୟୋଗର ଦ୍ୱାଦଶ ଦିବସରେ ଜରା ନିବାସରେ କମ୍ବଳ ଓ ଶୁଖିଲା ଖାଦ୍ୟ ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ବିଧାୟକଙ୍କ ପାତ୍ରଙ୍କ ମାତୃ ବିୟୋଗର ଦ୍ୱାଦଶହ ଉପଲକ୍ଷେ କମ୍ବଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଗରିବ ଓ ଅସହାୟ ଲୋକଙ୍କୁ ସହାୟତା ସହିତ ସେମାନଙ୍କ ମୁହଁରେ ହସ ଫୁଟାଇବାର ଏହା ଏକ ପ୍ରୟାସ ବୋଲି ପରିବାର ସୂତ୍ରରୁ କୁହାଯାଇଛି । ଗତ ଜାନୁଆରୀ ୨୭ ତାରିଖରେ ବିଧାୟକ ଅଶ୍ୱିନୀ ପାତ୍ରଙ୍କ ମାତା ବାସନ୍ତୀ ପାତ୍ର (୯୩)ଙ୍କ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜରେ ମୃତ୍ୟୁବରଣ କରିଥିଲେ । ତାଙ୍କର ଦ୍ୱାଦଶାହ ତିଥିରେ ପୁରୁଣାପାଣିସ୍ଥିତ ଏକ ଜରାନିବାସରେ ଥିବା ୨୫ଜଣ ଅନ୍ତେବାସୀଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହି ବଣ୍ଟନ ବେଳେ ପୁତ୍ର ବିଧାୟକ ଅଶ୍ୱିନୀ ପାତ୍ର, ଅବନୀ ପାତ୍ର, ପୁତ୍ରବଧୂ ରବିତା ପାତ୍ର, ନିଲିମା ପାତ୍ର, ପ୍ରତିଭା ପାତ୍ର ଓ ଶ୍ରାବଣୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା