ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କର୍ମଚାରୀଙ୍କ ମୃତ୍ୟୁ : କ୍ଷତିପୁରଣ ଦାବି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ପ୍ରେମ ନଗର ମୁଖ୍ୟ ରାସ୍ତାରେ ଅଘଟଣ । ଵ୍ରହ୍ମପୁର ସାଇକେଲ ମାର୍ଟର ସାଇକେଲ ବୋଝେଇ ଟ୍ରକ ଆଜି ସକାଳ ୭ଟାରେ ଅନଲୋଡ଼ କରିବା ପାଇଁ ପ୍ରେମ ନଗର ଛକରେ ଛିଡା ହୋଇ ସାଇକେଲ ଅନଲୋଡ଼ କରୁଥିଲା । ଏହି ସମୟରେ ଵ୍ରହ୍ମପୁର ସାଇକେଲ ମାର୍ଟର ଜଣେ କର୍ମଚାରୀ ରାହୁଲ ପତି ଟ୍ରକ ଉପରକୁ ଯାଇ ସାଇକେଲ ଓଲ୍ହାଉ ଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି । ଗୋପାଳଙ୍କ ଘର ପୁରୁଣା ଵ୍ରହ୍ମପୁର ଅଂଚଳର । ବର୍ତ୍ତମାନ ତାଙ୍କୁ ବଡ଼ମେଡିକଲ ନିଆଯାଇଛି । ବିଦ୍ୟୁତ ବିଭାଗର ଖାମ ଖିଆଲ ନୀତି, ଵ୍ରହ୍ମପୁର ସାଇକେଲ ମାର୍ଟ ମାଲିକଙ୍କ ବେପାରୁଆ ମନୋଭାବ ଏବଂ ଟ୍ରକ ଡ୍ରାଇଭରଙ୍କ ଅପାଠୁଆ ବୁଦ୍ଧି ଯୋଗୁଁ ଏକ ପରିବାର ସର୍ବସ୍ୱନ୍ତ ହୋଇଯାଇଛି ବୋଲି ଅଭିଯୋଗ ହେବା ସହ ତୁରନ୍ତ ଉକ୍ତ ପରିବାରକୁ କ୍ଷତିପୁରଣ ଦିଆଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା