ବିଦ୍ୟୁତ୍ ଆଘାତରେ ଯୁବକ ମୃତ : କ୍ଷତିପୂରଣ ଦାବୀ

ବଡ଼ବିଲ(ସମୃଦ୍ଧଓଡିଶା)ନିଜ ଘରେ ବିଦ୍ୟୁତ୍ ତାର ସଂଯୋଗ କରୁଥିବାବେଳେ ଘଟିଗଲା ଅଘଟଣ । ବିଦ୍ୟୁତ୍ ଆଘାତ ଲାଗିବା କାରଣରୁ ଯୁବକଙ୍କ ଚାଲିଗଲା ଜୀବନ । ମୃତ ଯୁବକ, ବଡ଼ବିଲ ଥାନା, ଠାକୁରାଣୀ ଅଞ୍ଚଳର ୩୦ ବର୍ଷିୟ ସ୍ଵପ୍ନେଶ୍ୱର ନାଏକ । ସେ ସୁମ୍ରିତ ମେଟାଲିକ୍ସ କାରଖାନାରେ ମେକାନିକାଲ ଡିପାର୍ଟମେଣ୍ଟରେ କାମ କରୁଥିଲେ । ଆଜି ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ସ୍ଵପ୍ନେଶ୍ୱର ନିଜ ଘରେ ଛିଡିଯାଇଥିବା ବିଦ୍ୟୁତ୍ ତାର ଦୁଇଟିକୁ ସଂଯୋଗ କରୁଥିବା ସମୟରେ ତାଙ୍କୁ ଯୋରଦାର କରେଣ୍ଟ ଲାଗିଥିଲା, ଯାହା ଫଳରେ ସେ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଯାଇଥିଲେ । ସଙ୍ଗେ ସଙ୍ଗେ ପଡିଶା ଲୋକେ ତାଙ୍କୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବଡ଼ବିଲ ପୋଲିସ୍ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜନସାଧାରଣ କ୍ଷତିପୂରଣ ଦାବୀ କରିଛନ୍ତି ।

ରିପୋର୍ଟ : ରଜତ ମହାପାତ୍ର