ବିଜୟ ପଟ୍ଟନାୟକ ପାରଳାଖେମୁଣ୍ଡିରୁ କଂଗ୍ରେସ ପ୍ରାର୍ଥୀ : ଲୋକଙ୍କ ଉତ୍ସାହ ଉଦ୍ଦୀପନା ବୃଦ୍ଧି

ଭୁବନେଶ୍ୱର(ସମୃଦ୍ଧଓଡିଶା) ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ପଟ୍ଟନାୟକ l ସେ ପ୍ରାର୍ଥୀ ହେବା ଖବର ପାଇଁ ପାରଳାଖେମୁଣ୍ଡି ଅଞ୍ଚଳରେ ଆନନ୍ଦର ଉତ୍ସାହ ଖେଳିଯାଇଛି I ବିଜୟ ପଟ୍ଟନାୟକଙ୍କ ଘର ହେଉଛି ପାରଳାଖେମୁଣ୍ଡି l ସେ ଜଣେ ସୁଦକ୍ଷ ଆଇଏଏସ ଅଫିସର l ସେ ରାଜ୍ୟରେ ଜିଲ୍ଲାପାଳ ଠାରୁ ଆରମ୍ଭ କରି ବିଭିନ୍ନ ପଦପଦବୀ ରେ କାର୍ଯ୍ୟ କରିଛନ୍ତି l ସେ ରାଜ୍ୟରେ ମୁଖ୍ୟ ଶାସନ ସଚିବ ରହିଥିଲେ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସଚିବ ଭାବେ ମଧ୍ୟ ବହୁ ଦିନ କାର୍ଯ୍ୟ କରିଥିଲେ l ମୁଖ୍ୟ ଶାସନ ସଚୀବ ପଦବୀରୁ ଅବସର ନେବା ପରେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହେଉଛନ୍ତି ବୋଲି ରାଜ୍ୟରେ ତୀବ୍ର ଆଲୋଚନା ହେଉଥିଲା କିନ୍ତୁ ବିଜୟ ବାବୁ ବିଜେଡି ରେ ଯୋଗ ନ ଦେଇ କିଛି ଦିନ ନିରବ ହୋଇ ରହି ଯାଇଥିଲେ l ବର୍ତ୍ତମାନ ବିଗତ ବର୍ଷ ଦିଲ୍ଲୀ ଯାଇ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷତ କରି କଂଗ୍ରେସ ଦଳରେ ମିଶିଥିଲେ l ରାଜ୍ୟ କଂଗ୍ରେସ ତାଙ୍କୁ ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ରୂପେ ନିଯୁକ୍ତି ଦେଇ ଗୁରୁ ଦାଇତ୍ୱ ଦେଇଥିଲା l ସେ ଚାକିରୀ କାଳ ମଧ୍ୟରେ ବହୁତ ଲୋକଙ୍କୁ ସାହାଯ୍ୟ କରିଛନ୍ତି l ସେ ଜଣେ ବାସ୍ତବ ବାଦୀ ସ୍ପଷ୍ଠ ବାଦି ସୁଦକ୍ଷ ଅଫିସର ଥିଲେ l ଗରିବ ଲୋକଙ୍କୁ ସାହାଯ୍ୟ କରିବା ତାଙ୍କର ଏକ ସିଦ୍ଧାନ୍ତ ଥିଲା l ସେଭଳି ଏକ ଅବସର ପ୍ରାପ୍ତ ଆଇଏଏସ ଅଫିସରଙ୍କୁ ରାଜନେତା ରୂପେ ପାଇବା ପାଇଁ କିଏ ବା ହାତଛଡା କରିବ ? ଆଜି କଂଗ୍ରେସ ତାଙ୍କ ପ୍ରାର୍ଥୀତ୍ୱ ଘୋଷଣା କରିବା ପରେ ପାରଳାଖେମୁଣ୍ଡିରେ ଆନନ୍ଦର ଲହରୀ ଖେଳିଯାଇଛି l ପାରଳାଖେମୁଣ୍ଡି ସବୁବେଳେ କଂଗ୍ରେସ ହାତରେ ରହି ଆସିଥିଲା l ଗତ ନିର୍ବାଚନରେ ବିଜେପି ହାତକୁ ଚାଲିଯାଇଛି l ବହୁଦିନ ଧରି ତ୍ରିନାଥ ସାହୁ କଂଗ୍ରେସ ରୁ ବିଧାୟକ ରହି ଆସୁଥିଲେ l ତାଙ୍କ ଦେହାନ୍ତ ପରେ ସେମିତି ଆଖି ଦୃଷ୍ଟିଆ ନେତା ନ ଥିବା ବେଳେ ହାଇଟେକ ମେଡିକାଲ ହସପିଟାଲ ଓ କଲେଜ ଅନୁଷ୍ଠାନର ମାଲିକ ଡ଼ଃ ତିରୁପତି ପାଣିଗ୍ରାହୀ କଂଗ୍ରେସର ସଙ୍ଗଠନ ଚଳାଇ ଥିଲେ କିନ୍ତୁ ତାଙ୍କୁ କଂଗ୍ରେସ ଗତ ଥର ଟିକେଟ ଦେଲାନାହିଁ ଫଳରେ ସେ ବିଜେପି କୁ ଚାଲିଗଲେ l ତାପରେ ପୁଣି ବିଜେଡି ଦଳରେ ଯୋଗଦେଲେ l ବର୍ତ୍ତମାନ ସେ ତାଙ୍କ ପୁଅକୁ ବିଜେଡି ଦଳରେ ଛାଡିଛନ୍ତି l କିନ୍ତୁ ତାଙ୍କ ପରେ କଂଗ୍ରେସର ଆଖିଦୃଷ୍ଟିଆ ସଙ୍ଗଠନ ହୋଇ ପାରୁନାହିଁ l ବର୍ତ୍ତମାନ କଂଗ୍ରେସରୁ ବିଜୟ ବାବୁ ପ୍ରାର୍ଥୀ ହୋଇଥିବା ଶୁଣି ପୁରୁଣା କଂଗ୍ରେସ ଲୋକଙ୍କ ନିଦ ଭାଙ୍ଗି ଯାଇଛି l କଂଗ୍ରେସ ପ୍ରତି ପୁଣି ଲୋକଙ୍କ ଆଗ୍ରହ ଆସିଥିବା ଖବର ମିଳିଛି l ଆସନ୍ତାକାଲି ବିଜୟ ବାବୁ ବିରାଟ ସାଧାରଣ ସଭା ତଥା ଶୋଭାଯାତ୍ରା ଆୟୋଜନ କରୁଥିବା ଖବର ମିଳିଛି l ଏହା ପରେ କଂଗ୍ରେସର ସ୍ଥିତି କଣ ହେବ ସ୍ୱଷ୍ଟ ଜଣାପଡିବ ବୋଲି ଆଲୋଚନା ହେଉଛି l ଏହା ଉପରେ ଏବେ ସମସ୍ତଙ୍କ ନଜର ରହିଛି l

ରିପୋର୍ଟ : ଏଡ଼ଭୋକେଟ ସୁଧୀର ପଟ୍ଟନାୟକ