ବିଜୟ କେତନର ୫ମ ବାର୍ଷିକ ଉତ୍ସବ ପାଳିତ…

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରି ଗ୍ରାମ ସ୍ଥିତ ବିଜୟ କେତନ ଶାଖା କାର୍ଯ୍ୟାଳୟରେ ବିଜୟ କେତନର ୫ ବାର୍ଷିକ ଉତ୍ସବ ମହୋତ୍ସବ ପାଳିତ ହୋଇଯାଇଛି l ପୋଡାମରି ସ୍ଥିତ ଡାକ ବଙ୍ଗଳା ଠାରୁ ଅତିଥି ମାନଙ୍କୁ ଏକ ବିଶାଳ ପଟୁ ଆକାରରେ ସ୍ବାଗତ କରି ସଭାସ୍ଥଳକୁ ଅଣାଯାଇଥିଲା l ବିଜୟ କେତନର ପ୍ରତିଷ୍ଠାତା ପଣ୍ଡିତ ବିଜୟ କୁମାର ପାଢ଼ୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଦୈନିକ ଖବର କାଗଜ ଅନୁପମ ଭାରତର ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଉଧଘଟାକ ରୂପେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଏହି ଅବସରରେ ବିଜୟ କେତନର ଏକ ସ୍ୱତନ୍ତ୍ର ସଂଖ୍ୟା ଉଦଘାଟିତ କରିଥିଲେ l ତତ୍ ସଂଗେ ସଙ୍ଗେ ସାନଖେମୁଣ୍ଡି ବ୍ଲକ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବା ସ୍ଥଳେ ମହନ୍ତ ରାମାନୁଜ ଦାସ୍ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପାଟପୁର ଆଇଆଇସି ଅଜୟ କୁମାର ବାରିକ, ବହୁମୁଖିର ସଭାପତି କୃଷ୍ଣଚନ୍ଦ୍ର ଦାସ୍ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଜୟ କେତନର ସମ୍ପାଦକ ଶ୍ରୀନୃସିଂହ ପ୍ରସାଦ ପାଢ଼ୀ ଅତିଥିମାନଙ୍କୁ ସ୍ଵାଗତ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ସମସ୍ତ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିଥିଲେ l କାର୍ଯ୍ୟକ୍ରମରେ ଏହି ଅଞ୍ଚଳରେ ଅନେକ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ପରିଶେଷରେ ପୁରସ୍କାର ବିତରଣ କରିଥିଲେ l ପୋଡ଼ା ମାରୀ ଗ୍ରାମର କେଦାର ପାତ୍ର, ଶିକ୍ଷକ ସଦାନନ୍ଦ ପାଢ଼ୀ ଓ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା