ବିଜେପୁରରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପୂରା ଦମରେ ଲାଗି ପଡ଼ିଛନ୍ତି ଜୁଏଲ ଓରାମ…

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ବିଜେପୁରରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପୂରା ଦମରେ ଲାଗିପଡ଼ିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତୀ ତଥା ସାଂସଦ ଜୁଏଲ ଓରାମ । ତାଙ୍କ ସମର୍ଥକ ମାନଙ୍କୁ ନେଇ ବିଜେପି ଓ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ଗାନ କରି ସେ କିପରି ସାରା ବିଶ୍ୱରେ ପ୍ରଶଂସା ପାଉଛନ୍ତି ସେହି ସନ୍ଦେଶ ଲୋକଙ୍କ ପାଖରେ ପହଞ୍ଚାଇ ବିଜେପି ପ୍ରତି ଲୋକଙ୍କୁ ଆହୁରି ଆକୃଷ୍ଟ କରାଉଛନ୍ତି । ଏଥର ଯେମିତି ହେଲେ ବିଜେପି ପ୍ରାର୍ଥୀଙ୍କୁ ଏଠାରେ ବିଜୟ କରାଇବା ସେ ଲକ୍ଷରେ ଜୋର ସୋର ଲାଗି ପଡିଥିବା ଦେଖିବାକୁ ମିଳୁଛି । ନବୀନ ବାବୁ ବିଜେପୁରବାସୀଙ୍କୁ ଧୋକା ଦେଇଛନ୍ତି ବୋଲି ସେ ଲୋକଙ୍କୁ ବୁଝାଇବା ସହ ତାଙ୍କର ସବୁ ମିଥ୍ୟା ପ୍ରତିଶୃତି ସାଧାରଣ ଜନତା ଭଲଭାବେ ବୁଝି ସାରିଲେଣି ବୋଲି ମଧ୍ୟ କହୁଛନ୍ତି। ଏଠି ଲଢେଇ ନବୀନ ପଟ୍ଟନାୟକ ଏବଂ ବିଜେପୁର ସ୍ୱାଭିମାନ ଜନତାଙ୍କ ମଧ୍ୟରେ ଚାଲିଛି l ନିଶ୍ଚିତ ଭାବେ ବିଜେପୁରବାସୀଙ୍କର ବିଜୟ ହେବ । କେନ୍ଦ୍ରରେ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଟିକୋଟି ଟଙ୍କା ବିଭିନ୍ନ ଯୋଜନା ମାଧ୍ୟମରେ ସାଧାରଣ ଜନତାଙ୍କ ପାଖକୁ ପଠାଉଛନ୍ତି l ଅତ୍ୟନ୍ତ ଦୁଃଖର କଥା ସେସବୁ ଅର୍ଥ ରାଜ୍ୟ ସରକାରଙ୍କ ଦ୍ୱାରା ବାଟମାରଣା ହୋଇଯାଉଛି ବୋଲି ସେ ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳୁଛି । କେନ୍ଦ୍ର ସରକାର ତଥା ମୋଦିଙ୍କ ଯୋଜନାଗୁଡିକର ଲାଭ ଉଠାଇବା ପାଇଁ ବିଜେପି ପ୍ରାର୍ଥୀଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ଜିତିବାକୁ ଏବଂ ମୋଦିଙ୍କର ବିକାଶରେ ସାମିଲ ହେବାକୁ ବିଜେପୁରବାସୀଙ୍କୁ ସେ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି । ସାଂସଦ ଜୁଏଲ ଓରାମଙ୍କ ସରଳତା ସେଵା ମନୋବୃତି ,ଉଦାରତା ,ସଚୋଟ ଲୋକଙ୍କୁ ପୂର୍ବ ଦିନରେ ଭଲ ପାଇବା ଆଦିକୁ ଆଖି ଆଗରେ ରଖି ବହୁ ସାଧାରଣ ଜନତା ଓ ଭଦ୍ରବ୍ୟକ୍ତିମାନେ ଆକୃଷ୍ଟ ହେଉଥିବା ଦେଖିବାକୁ ମିଳୁଛି । ବହୁବାର ବିଜୟୀ ହୋଇଥିବା ତିନି ତିନି ଥର କେନ୍ଦ୍ର ମନ୍ତ୍ରୀ ହୋଇଥିଲେ ମଧ୍ୟ ଟିକିଏ ବି ଗର୍ବ ଅହଂକାର ନ ଥିବା ଏଭଳି ଏକ ବିଜେପି ନେତା ବିଜେପୁର ଆସି ଲୋକଙ୍କୁ ମିଶୁଥିବାରୁ ଶୋଇଥିବା ଭଦ୍ର ବ୍ୟକ୍ତିଟି ମଧ୍ୟ ଉଠିଆସି ଜୁଏଲ ଭାଇ ଆସିଛନ୍ତି ବୋଲି ଆଗ୍ରହରେ ତାଙ୍କ ସହ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ଚଳିତ ଥର ଭଲ ଭୋଟ ପାଇ ଜିତି ଥିଲେ ମଧ୍ୟ କେନ୍ଦ୍ରରେ ମୋଦି ସରକାର ତାଙ୍କୁ ଅଣଦେଖା କରି ମନ୍ତ୍ରୀ କଲେ ନାହିଁ ବୋଲି ଅବଶ୍ୟ ବଡ ଦୁଃଖ ହୋଇଥିଲା ବୋଲି ସେ ସ୍ୱୀକାର କରିଥିଲେ ତଥାପି କିଛି ଦିନ ଭିତରେ ତାକୁ ଭୁଲି ଯାଇ ବିଜେପି ପ୍ରାର୍ଥୀଙ୍କୁ ଜିତାଇବ ପାଇଁ ସେ ଯେଉଁ ଭଳି ବିଜେପୁରରେ ଲୋକଙ୍କୁ ଆକୃଷ୍ଟ କରୁଛନ୍ତି ସେ ଯେ କେହି ହେଲେ ବି ଜୁଏଲ ଭାଇଙ୍କ ପ୍ରତି ଦୟା ନିଶ୍ଚୟ ଆସିବ ବୋଲି ତାଙ୍କୁ ଭଲ ପାଉଥିବା ଲୋକମାନେ କହୁଛନ୍ତି । ଯେତେବେଳେ ଓଡ଼ିଶାରେ ବିଜେପିର ସତ୍ତା ନ ଥିଲା ସେତେବେଳେ ସେ ଜଣେ ମାତ୍ର ବିଜେପିର ବିଧାୟକ ହୋଇଥିଲେ । ଗତଥର ମଧ୍ୟ ଓଡିଶାରୁ ବିଜେପିରୁ ସେ ଜଣେ ମାତ୍ର ସାଂସଦ । ଅନ୍ୟପକ୍ଷରେ ମନ୍ତ୍ରୀ ପଦ ମିଳିଲାନି ବୋଲି ବିରୋଧ କରିବା ପରିବର୍ତ୍ତେ ପ୍ରଧାନ ମନ୍ତ୍ରୀ ମୋଦିଙ୍କୁ ସେ ଯେଉଁ ଭଳି ଭାବରେ ପ୍ରଶଂସା କରୁଛନ୍ତି ସେଥିରୁ ସେ ଜଣେ ଖୋଲା ହୃଦୟର ନେତା ଅହଂକାର କୁଟ କଳ୍ପନା ବିହୀନ ଜଣେ ମହାନ ବ୍ୟକ୍ତି ବୋଲି ସମର୍ଥନ ମିଳୁଛି । ସେ ଦୁଇ ଦିନ ହେଲା ବିଜେପି ପ୍ରାର୍ଥୀ ପାଇଁ ଯେଉଁ ଯେଉଁ ଗାଁରେ ଲୋକଙ୍କୁ ଅନୁରୋଧ କରିଛନ୍ତି ସେଥିରେ ସେ ନିଶ୍ଚୟ ସଫଳ ପାଇବେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି ।

ରିପୋର୍ଟ : ସୁଧୀର ପଟ୍ଟନାୟକ