ବିଜେପି ପକ୍ଷରୁ ଗୃହମନ୍ତ୍ରୀ ଦିବ୍ୟାଶଙ୍କର ମିଶ୍ରଙ୍କୁ ଗିରଫ ଦାବୀ ସହ ବିକ୍ଷୋଭ ପ୍ରଦର୍ଶନ ଓ ଥାନାରେ ଏତଲା…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ରାଜ୍ୟ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ଛତ୍ରପୁର ଥାନା ଆଗରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ନେତା ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀର ନେତା ପ୍ରଶାନ୍ତ କରଙ୍କ ନେତ୍ତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ଭାଜପା ନଗର କାର୍ଯ୍ୟାଳୟ ଛତ୍ରପୁର ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲିଗାଲ ସେଲ ଅଧ୍ୟକ୍ଷ ତଥା ଛତ୍ରପୁର ବାର ଆସୋସିଏସନର ସଭାପତି ପ୍ରଦୀପ କୁମାର ପାଢ଼ୀ, ଯୁବନେତା ତଥା ଛତ୍ରପୁର ମଣ୍ଡଳ ସଭାପତି ସଞ୍ଜିତ କୁମାର ରାଉଳ, ଆଡଭୋକେଟ ରାମଚନ୍ଦ୍ର ବେହେରା, ବିଜେପି ଜିଲ୍ଲା ଉପ-ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ୧୫ ନମ୍ବର ସଦସ୍ୟା ରଶ୍ମୀରାଣୀ ମହାପାତ୍ର, ଜିଲ୍ଲା ବିଜେପି ସମ୍ପାଦକ ଭୀମସେନ ବେହେରା, ଛତ୍ରପୁର ନଗର ସମ୍ପାଦକ ଅମରେଶ ମହାରଣା,ଏସସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ କୀର୍ତ୍ତନ ଦାସ, ଜିଲ୍ଲା ସମ୍ପାଦକ ଭୀମସେନ ବେହେରା, କୃଷକ ମୋର୍ଚ୍ଚାର ଜିଲ୍ଲା-ଉପ-ସଭାପତି ଗଣପତି ବାରିକ, କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ବିଜୟ ମୁଦୁଲୀ, ଭିକାରିପଲ୍ଲୀ ମଣ୍ଡଳ ସଭାପତି ପଦ୍ମ ପରିଡା, ଗଞ୍ଜାମ ଏନ.ଏ.ସି. ମଣ୍ଡଳ ସଭାପତି ସୁଦାମ ଜେନା, ଯୁବ ମୋର୍ଚ୍ଚାର ଜିଲ୍ଲା ସମ୍ପାଦକ ଡି.ସୁରେଶ ରେଡ୍ଡି, ହରିଜନ ମୋର୍ଚ୍ଚାର ଜିଲ୍ଲା ସମ୍ପାଦକ ସୁରେନ୍ଦ୍ର ସେଠୀ, ହରିଜନ ମୋର୍ଚ୍ଚାର ପୂର୍ବତନ ଜିଲ୍ଲା-ସଭାପତି ଆଇନଜୀବୀ ଚୈତନ୍ୟ ପ୍ରଧାନ, ଶଙ୍କର ରାଓ, ପି.ତିରୁପତି ରାଓ, ରଘୁନାଥ ରେଡ୍ଡି, ଏନ୍. ଦୀନବନ୍ଧୁ, ବିଜୟ ପରିଡାଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ପ୍ରମୁଖଙ୍କ ନେତୃତ୍ୱରେ ଛତ୍ରପୁର ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ମହାଲିଙ୍ଗମସ୍ଥ ସନସାଇନ୍ ପବ୍ଲିକ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାକାଣ୍ଡ ଘଟଣାର ଅନ୍ୟତମ ସଂଶ୍ଳିଷ୍ଟ ରାଜ୍ୟ ସରକାରଙ୍କ ଗୃହମନ୍ତ୍ରୀ ଦିବ୍ୟାଶଙ୍କର ମିଶ୍ରଙ୍କୁ ଗିରଫ କରିବାକୁ ବିଜେପି ପକ୍ଷରୁ ଦାବୀ କରାଯାଇଛି ଏବଂ ଏନେଇ ଜିଲ୍ଲା ସଦର ମହକୁମାର ଛତ୍ରପୁର ଥାନାରେ ଏତଲା ଦିଆଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା