ବିଜେପିର ୩୬ଗୋଟି ଜିଲ୍ଳା ସଭାପତି ଘୋଷଣା : ସୁବାଷ ସାହୁ ଗଞ୍ଜାମ ଜିଲ୍ଳା ସଭାପତି ନିଯୁକ୍ତ

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା) ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନିଜର ସମସ୍ତ ୩୬ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛି । ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ନେବା ପରେ ମନମୋହନ ସାମଲଙ୍କ ଅନୁମୋଦନରେ ଆଜି ଏହି ଜିଲ୍ଲା ସଭାପତି ତାଲିକା ବିଜ୍ଞପ୍ତି ପ୍ରକାଶ ପାଇଛି । କାଁ ଭାଁ କିଛି ଜିଲ୍ଲାକୁ ବାଦ୍ ଦେଲେ ଅଧିକାଂଶ ଜିଲ୍ଲାରେ ସଭାପତି ପୁନଃ ନିଯୁକ୍ତ ହୋଇଛନ୍ତି । ଦେବଗଡ଼, ମାଲକାନଗିରି, ନୟାଗଡ,ଗଞ୍ଜାମ ଓ ରାଇରଙ୍ଗପୁର ଭଳି କିଛି ସାଂଗଠନିକ ଜିଲ୍ଲାରେ ସଭାପତି ପରିବର୍ତ୍ତନ ହୋଇଛନ୍ତି । ବିଜେପି ପକ୍ଷରୁ ଜାରି ତାଲିକା ଅନୁସାରେ, ଦେବଗଡ଼ ଜିଲ୍ଲା ସଭାପତି ଭାବେ ଅରୁଣ କୁମାର ସାହୁ , ମାଲକାନଗିରିରେ ନିମାଇଁ ପାଲ, ନୟାଗଡ଼ରେ ତାପସ ରଞ୍ଜନ ମାର୍ଥା,ଗଂଜାମରେ ସୁବାଷ ସାହୁ ଓ ରାଇରଙ୍ଗପୁରରେ କୃପାସିନ୍ଧୁ ମହନ୍ତଙ୍କୁ ନିଯୁକ୍ତି ଦିଆଯାଇଛି । ଝାରସୁଗୁଡ଼ାରେ ନିକଟରେ ନିଯୁକ୍ତି ପାଇଥିବା ସୁନୀଲ ପଣ୍ଡାଙ୍କ ନିଜ ସ୍ଥାନ ବଜାୟ ରଖିଛନ୍ତି । ସେହିପରି ଅନୁଗୁଳ – ଦିଲେଶ୍ୱର ପ୍ରଧାନ, ବାଲେଶ୍ୱର – ଉମାକାନ୍ତ ମହାପାତ୍ର, ବରଗଡ଼ – ଅଶି୍ୱନୀ କୁମାର ଷଡ଼ଙ୍ଗୀ, ଭଦ୍ରକ – ହେମନ୍ତ ପାଢ଼ୀ, ଭୁବନେଶ୍ୱର – ବାବୁ ସିଂ, ବଲାଙ୍ଗୀର – ଶିବାଜୀ ମହାନ୍ତି, ବୌଦ୍ଧ – ବିପ୍ର ଚରଣ ମହାନ୍ତି, କଟକ ନଗର – ଲଲାଟେନ୍ଦୁ ବଡୁ, କଟକ ସଦର – ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ଢେଙ୍କାନାଳ – ନରେଶ ମହାପାତ୍ର, ଗଜପତି – ବିଧାୟକ କେ. ନାରାୟଣ ରାଓ, , ଘୁମୁସର – ଗୋକୁଳାନନ୍ଦ ମଲ୍ଲିକ, ଜଗତସିଂହପୁର – ସତ୍ୟବ୍ରତ ମହାପାତ୍ର, ଯାଜପୁର – ଗୌତମ ରାୟ, କଳାହାଣ୍ଡି – ଆର୍ତତ୍ରାଣ ମହାପାତ୍ର, କନ୍ଧମାଳ – ଜଗନ୍ନାଥ ସାହୁ, କେନ୍ଦ୍ରାପଡ଼ା – କିଶୋର ପଣ୍ଡା, କେନ୍ଦୁଝର – ଅଂଶୁମାନ ସବୁଜ ମହନ୍ତ ବର୍ମା, ଖୋର୍ଦ୍ଧା – ରଶ୍ମି ରଂଜନ ମହାପାତ୍ର, କୋରାପୁଟ – ସୁମନ୍ତ ପ୍ରଧାନ, ବାରିପଦା- ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ନବରଙ୍ଗପୁର – ଜଗଦୀଶ ବିଶୋଇ, ନୂଆପଡ଼ା – ସୁବ୍ରତ ଠାକୁର, ପୁରୀ – ଆଶ୍ରିତ ପଟ୍ଟନାୟକ, ରାୟଗଡ଼ା – ଶିବ ପଟ୍ଟନାୟକ, ସମ୍ବଲପୁର – ଗିରିଶ ପଟେଲ, ସୁବର୍ଣ୍ଣପୁର – ପ୍ରମୋଦ ମହାପାତ୍ର, ସୁନ୍ଦରଗଡ – ବିଧାୟକ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼(ବଣାଇ) – ଅନୀଲ ବାର୍ଲା, ସୁନ୍ଦରଗଡ (ପାନପୋଷ) – ଲତିକା ପଟ୍ଟନାୟକ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ରିପୋର୍ଟ : ରଜତ କୁମାର ପଟ୍ଟନାୟକ