ବିଜେପିର ସାମ୍ବାଦିକ ସମ୍ମିଳନୀ : କେନ୍ଦ୍ର କୃଷି ନୀତିକୁ ସମର୍ଥନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସ୍ୱାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ କୃଷି ଓ କୃଷକ ତାର ଉତ୍ପାଦିତ ଶଷ୍ୟକୁ ବିକ୍ରି କରିପାରୁନଥିବା ବେଳେ ଏବେ କେନ୍ଦ୍ର ସରକାରଙ୍କ କୃଷିନୀତି ଚାଷୀର ସମସ୍ତ ସମସ୍ୟାର ସମାଧାନ କରିପାରିବ ବୋଲି ଆଜି ଜଳେଶ୍ୱର ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । କୃଷକର ଆୟକୁ ଦ୍ୱିଗୁଣିତ କରିବା ପାଇଁ ୟୁରିଆ ସାରର ଅଭାବି ବିକ୍ରି, ମୂର୍ତ୍ତିକ ପରୀକ୍ଷା, ପ୍ରଧାନମନ୍ତ୍ରୀ ସିଞ୍ଚାଇ ଯୋଜନା, ପିଏମ୍ କିଷାନ ଯୋଜନା ଇତ୍ୟାଦିରେ କୃଷକ ଉପକୃତ ହୋଇ ପାରିବ ବୋଲି ବିଜେପି ରାଷ୍ଟ୍ରିୟ ପରିଷଦ ସଦସ୍ୟ ସମୀର କୁମାର ପାତ୍ର, ସିଦ୍ଧାର୍ଥ ଶଂକର ପାଳ, ପ୍ରତାପ ସେନାପତି, ତପନ ବିଶ୍ୱଳ, ସୁମତୀ ଦେ ପ୍ରମୁଖ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ । କିନ୍ତୁ ଗତ ୨୭ ତାରିଖ ଅପରାହ୍ନରେ ସୁଧିର ପାତ୍ରଙ୍କ ପୌରହିତ୍ୱରେ ବଡନଗରଠାରେ ପ୍ରିମିୟମ ସ୍ୱର୍ଣ୍ଣଧାନ ଚାଷ କରି କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କର ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସଭା କଂଗ୍ରେସ ଦ୍ୱାରା ଆହୁତ ହୋଇଥିବା ପ୍ରକାଶିତ ଖବରକୁ କୃଷକ ଏକତା ମଂଚର ଆବାହକ ସତ୍ୟନାରାୟଣ ବେହେରା ଖଣ୍ଡନ କରିଥିଲେ । ଏଥିରେ କଂଗ୍ରେସ, ବିଜେପି, ବିଜେଡି ଦଳର ନେତୃବର୍ଗ ଉପସ୍ଥିତ ଥିଲେ ବୋଲି ସେ କହିଛନ୍ତି ।